Home ଓଡ଼ିଶା ୪ କାଠ ମାଫିଆ ଗିରଫ

୪ କାଠ ମାଫିଆ ଗିରଫ

102

ବଡ଼ବିଲ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଗିରଫ ହେଲେ ୪ କାଠ ମାଫିଆ । ବଡ଼ବିଲ ଫରେଷ୍ଟ ରେଞ୍ଜ ଅଧିନରେ ଥିବା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ୪ ଜଣ କାଠ ମାଫିଆଙ୍କୁ ଗିରଫ କରିଛି ବନ ବିଭାଗ । ଏହାସହ ସେମାନଙ୍କ ନିକଟରୁ ୭୬ ସିଏଫଟି ଚୋରା ଶାଳ କାଠ, କରତ ଓ ବାଇକ୍ ଜବତ କରିଛି ବନ ବିଭାଗ । ଜବତ କାଠ ଭିତରେ ରହିଛି ୧୪ ଖଣ୍ଡ ବଡ଼ ସିଲପଟ୍ ଓ ୬ ଖଣ୍ଡ ଶାଳ ଗଛ ଗଣ୍ଡି । ଏଗୁଡ଼କିର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ତେବେ ସୂଚନା ଅନୁସାରେ, ବଡ଼ବିଲ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲର ଟଂଟୋ-ବାରବାଙ୍କ ନିକଟରେ ଗତକାଲି କିଛି କାଠ ମାଫିଆ ପଶି ଗଛ କାଟୁଥିବାର ଖବର ପାଇଥିଲା ବନ ବିଭାଗ । ସଂଧ୍ୟାରେ ଅତର୍କିତ ଚଢ଼ଉ କରି ଏହି ୫ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.