Home ଓଡ଼ିଶା ପଲିଥିନ ବର୍ଜନ ସମ୍ପର୍କିତ ସଚେତନତା ବୈଠକ, ଏହା ପରେ ପ୍ରଶଂସା ନଚେତ ଦଣ୍ଡବିଧାନ

ପଲିଥିନ ବର୍ଜନ ସମ୍ପର୍କିତ ସଚେତନତା ବୈଠକ, ଏହା ପରେ ପ୍ରଶଂସା ନଚେତ ଦଣ୍ଡବିଧାନ

197

ଯୋଡା, ୧୭/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗୁରୁବାର ଦିନ ପୂୂର୍ବାହ୍ନରେ ଯୋଡା ପୌରପାଳିକା ସଭା ଗୃହରେ ପୌରପାଳିକା ପକ୍ଷରୁ ପଲିଥିନ ବର୍ଜନ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶକ ଘାସିରାମ ମୁର୍ମୁ, ବଡବିଲ ତହସିଲଦାର କ୍ଷୀରୋଦ ବେହେରା, ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ପୌରସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ସଚେତନତା ସମ୍ପର୍କିତ ନିଜର ବକ୍ତବ୍ୟ ରଖିଥିବା ବେଳେ ଯୋଡା ସହରର ବଜାର କମିଟିର କର୍ମକର୍ତ୍ତା, ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ଏନ୍.ଜି.ଓ., ହୋଟେଲ ସଂଘ କର୍ମକର୍ତ୍ତା, ସହରର ବିଭିନ୍ନ କ୍ଲବର କର୍ମକର୍ତ୍ତା, ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ୩୦ ସେପ୍ଟେମ୍ବର ପଲିଥିନ ବର୍ଜନ ନିମନ୍ତେ ଅନ୍ତିମ ସମୟ ରହିଥିବା ବେଳେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପରଠାରୁ ଯୋଡା ସହରରେ ସମ୍ପୂର୍ଣ୍ଣ ଭାବେ ପଲିଥିନ ବର୍ଜନ କରାଯାଇଥିବା ନିର୍ବାହୀ ଅଧିକାରୀ ଘୋଷଣା କରିଥିଲେ । ଏହା ପରେ ଯଦି କୌଣସି ସ୍ଥାନରେ ସହକାରୀଙ୍କ ଦ୍ୱାରା ବେଆଇନ ଘୋଷଣା କରାଯାଇଥିବା ପଲିଥିନ ବ୍ୟବହାର ଦେଖିବାକୁ ମିଳେ ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜରିମାନା ଆଦାୟ କରାଯିବ ବୋଲି ଘୋଷଣା କରିଥିଲେ । କଥା ପ୍ରଶଙ୍ଗରେ ଶ୍ରୀ ମୁର୍ମୁ କହିଥିଲେ ଯେ, “ଏହା ପରେ ପ୍ରଶଂସା ନଚେତ ଦଣ୍ଡ ବିଧାନ” । ପ୍ରତ୍ୟେକ ସଚେତନ ନାଗରୀକ ଏହି ବର୍ଜ୍ୟବସ୍ତୁ ପରିଚାଳନାରେ ନିଜ ଅଞ୍ଚଳକୁ ପଲିଥିନ ମୁକ୍ତ ଏବଂ ପରିସ୍କାର ପରିଚ୍ଛନ ରଖିଲେ ଆମେ ଏକ ପରିଷ୍କାର ସହର ପାଇପାରିବା ବୋଲି କହିଥିଲେ । ବଚୁହାଟିଂ ଠାରେ ଥିବା ବର୍ଜୁ୍ୟବସ୍ତୁ ପରିଚାଳନା ନିମନ୍ତେ ନିର୍ମାଧିନ ପ୍ରକଳ୍ପ ସମ୍ବନ୍ଧରେ ନିର୍ବାହୀ ଅଧିକାରୀ ଆଲୋକପାତ କରିଥିସଲେ । କେଉଁ ଭଳି ଭାବେ ଘରକୁ ଘର ବୁଲି ସଫେଇ କର୍ମଚାରୀମାନେ ଅଳିଆ ସଂଗ୍ରହ କରୁଛନ୍ତି ତାହା ବର୍ଣ୍ଣନା କରିବା ସହିତ ସେମାନଙ୍କୁ ସହଯୋଗ କରିବା ପାଇଁ ଯୋଡାବାସୀଙ୍କୁ ନିବେଦନ କରିଥିଲେ । ପରୀକ୍ଷା ମୂଳକ ଭାବେ ସମଗ୍ର ରାଜ୍ୟରେ ପ୍ରଥମ କରି ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଯୋଡାରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଏହାର ସଫଳତା ନେଇ ସମସ୍ତେ ଆଶାବାଦି ଥିବା ବେଳେ ନିକଟରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାୟ ମୁଖ୍ୟ ସଚିବ ଡଃ ମୋନା ଶର୍ମା ଏବଂ ଜିଲ୍ଲାପାଳ ଆଶିଶ କୁମାର ଠାକ୍ରେ ଏହି ପ୍ରକଳ୍ପ ପରିଦର୍ଶନ କରି ଏଥିରେ ବେଶ୍ ସନ୍ତୋଷ ପ୍ରକଟ କରିଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.