Home Coronavirus Outbreak ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ୨୩ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ୨୩ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି

35

ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ୧.୫୭ କୋଟି ଡୋଜରୁ ଅଧିକ ଟିକା ଉପଲବ୍ଧ ରହିଛି

ନୂଆ ଦିଲ୍ଲୀ ୧-୬ (ଓଡ଼ିଆ ପୁଅ) ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ସହାୟତା ଭାବେ ମାଗଣାରେ କୋଭିଡ ଟିକା ଉପଲବ୍ଧ କରାଉଛନ୍ତି। ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସିଧାସଳଖ ଟିକା ଖରିଦ କରିବା ନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି। ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ମେ ୧, ୨୦୨୧ରୁ କୋଭିଡ-୧୯ ଟିକାକରଣର ଉଦାର ଓ ତ୍ୱରିତ ପର୍ଯ୍ୟାୟ-୩ ଆରମ୍ଭ ହୋଇଛି।

ଏହି ରଣନୀତି ଅନୁଯାୟୀ ପ୍ରତି ମାସରେ ଭାରତ ସରକାର କେନ୍ଦୀୟ ଔଷଧ ଗବେଷଣାଗାର (ସିଡିଏଲ) ମଂଜୁରିପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ। ଭାରତ ସରକାର ପୂର୍ବଭଳି ଏହି ଟିକା ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ।

ଭାରତ ସରକାର ଉଭୟ ବିନା ମୂଲ୍ୟରେ ଏବଂ ସିଧାସଳଖ ରାଜ୍ୟ ଗୁଡ଼ିକ ଦ୍ୱାରା ଖରିଦ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ୨୩ କୋଟି ଡୋଜରୁ ଅଧିକ ଟିକା (୨୩, ୧୮, ୩୬, ୫୧୦) ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଉପଲବ୍ଧ କରାଇଛନ୍ତି।

ଏଥିରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ୨୧, ୫୧, ୪୮, ୬୫୯ ଡୋଜ୍ ଟିକା ବିନିଯୋଗ କରାଯାଇପାରିଛି (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ)।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ନିକଟରେ ଏବେ ୧.୫୭ କୋଟି ଡୋଜରୁ ଅଧିକ (୧, ୫୭, ୭୪, ୩୩୧) ଟିକା ବିନିଯୋଗ ପାଇଁ ଉପଲବ୍ଧ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.