Home ଅପରାଧ ଭଦ୍ରକ: ଧଳା ଜହର ବିରୋଧୀ ଅଭିଯାନକୁ ସମର୍ଥନ ଜଣାଇଲା ରାଜ୍ୟ ମହିଳା ମୋର୍ଚ୍ଚା

ଭଦ୍ରକ: ଧଳା ଜହର ବିରୋଧୀ ଅଭିଯାନକୁ ସମର୍ଥନ ଜଣାଇଲା ରାଜ୍ୟ ମହିଳା ମୋର୍ଚ୍ଚା

58

ଭୁବନେଶ୍ୱର/ଭଦ୍ରକ: ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା ଧଳା ଜହର ବିରୋଧୀ ଦସ୍ତଖତ ଅଭିଯାନକୁ ସମର୍ଥନ ଜଣାଇଛି ରାଜ୍ୟ ମହିଳା ମୋର୍ଚ୍ଚା। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର ଏବଂ ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ଭଦ୍ରକ ଗସ୍ତ କାଳରେ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା ଧଳା ଜହର ବିରୋଧୀ ଦସ୍ତଖତ ଅଭିଯାନକୁ ଭୁୟସୀ ପ୍ରଶଂସା କରିବା ସହ ସମର୍ଥନ ଜଣାଇ ଦସ୍ତଖତ କରିଛନ୍ତି। ଏହି ସମୟରେ ସେଠାରେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ, ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ଉମାମଣୀ ସାହୁ ଏବଂ ସାଧାରଣ ସମ୍ପାଦିକା ଲିପିକା ବାରିକଙ୍କ ସମେତ ବିଷ୍ଣୁପ୍ରିୟା ଲେଙ୍କା, ବିଷ୍ଣୁପ୍ରିୟା ଜେନା, ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରସିସ ଆଚାର୍ଯ୍ୟ ପ୍ରମୂଖ ସେମାନଙ୍କ ଭଦ୍ରକ ଗସ୍ତ କାଳରେ ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା ଧଳା ଜହର ବିରୋଧୀ ଦସ୍ତଖତ ଅଭିଯାନକୁ ଖୁବ୍ ପ୍ରଶଂସା କରିବା ସହ ସମର୍ଥନ ଜଣାଇ ଦସ୍ତଖତ କରିଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗତ ୧୨ଟି ଚିଠା ପ୍ରସ୍ତାବ ମଧ୍ୟରୁ ଡ୍ରଗ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନ୍ୟତମ ଦାବୀ ଥିଲା। ଦାବିରେ କୁହାଯାଇଥିଲା, “ମହିଳାଙ୍କୁ ଅସୁରକ୍ଷିତ କରୁଛି ମାଦକ ଦ୍ରବ୍ୟ ସେବନ ଓ ନିଶାକାରବାର। ରାଜ୍ୟ ସରକାରଙ୍କର ମଦନୀତିକୁ ମହିଳା ମୋର୍ଚ୍ଚା ନିନ୍ଦା କରିବା ସହିତ ବଜାରରେ ଖୋଲା ବୁଲୁଥିବା ଧଳା ଜହରକୁ ରୋକା ଯିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମହିଳା ମୋର୍ଚ୍ଚା ଦାବୀ କରୁଛି”।
@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.