Home ଓଡ଼ିଶା ଚାନ୍ଦପୁର ପୋଲିସ ର ବଡ ସଫଳତା ୧୨ ବର୍ଷ ତଳର ଫେରାର ହତ୍ୟା ଅଭିଯୁକ୍ତ ଗିରଫ

ଚାନ୍ଦପୁର ପୋଲିସ ର ବଡ ସଫଳତା ୧୨ ବର୍ଷ ତଳର ଫେରାର ହତ୍ୟା ଅଭିଯୁକ୍ତ ଗିରଫ

267

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୮- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରେ ଦୁଇଟି ଭିନ୍ନ ମକଦ୍ଦମା ରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ରାଜ୍ୟ ରେ ଅନେକ ମାମଲା ରେ ଅଭିଯୁକ୍ତ ମାନେ ଫେରାର ରହିବା ଯୋଗୁଁ ବର୍ଷ ବର୍ଷ ଧରି ମାମଲା ଗଡି ଚାଲିଛି । ସେହିଭଳି ଏକ ହତ୍ୟା ମାମଲା ୨୦୦୯ ମସିହାରୁ ଗଡି ଚାଲିଥିଲା । ୧୨ ବର୍ଷ ତଳର ସେହି ହତ୍ୟା ମାମଲା ରେ ଚାନ୍ଦପୁର ଥାନା ଉପେନ୍ଦ୍ରପୁର ଗ୍ରାମ ର ସିନ୍ଧୁସାଗର ଜେନା ଙ୍କୁ ଚାନ୍ଦପୁର ଥାନା ନିରୀକ୍ଷକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଂଚଳ ରୁ ଗିରଫ କରିଥିବା ପୋଲିସ ଠାରୁ ସୂଚନା ମିଳିଛି । ପ୍ରକାଶ ଥାଉକି ୨୦୦୯ ମସିହା ରେ ୧୬ ନଂ ଜାତୀୟ ରାଜପଥ ଏକ ଢାବା ରେ ଜଣେ ଇଞ୍ଜିନିୟରିଂ ଛାତ୍ର କୁ ହତ୍ୟା କରି ଗଭିର କୂପ ମଧ୍ୟରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଘଟଣା ଟି ସେତେବେଳେ ନୟାଗଡ ଜିଲ୍ଲା ରେ ବିଶେଷ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଥିଲା । ସମସ୍ତ ଅଭିଯୁକ୍ତ ଗିରଫ ହୋଇ ଜାମିନ୍ ରେ ଯାଇଥିବା ବେଳେ ଅଭିଯୁକ୍ତ ସିନ୍ଧୁସାଗର ସେହି ଦିନ ଠାରୁ ଫେରାର ଥିଲା ।

ସେହିଭଳି ଭାବରେ ୫୦ ହଜାର ଟଙ୍କା ଲୁଟ୍ ଉଦେଶ୍ୟ ରେ ଚମ୍ପାପେଡି ଗ୍ରାମର ଜଣେ ଯୁବକ କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଚାନ୍ଦପୁର ଥାନା ରେ ଅଭିଯୋଗ ହୋଇଥିଲା । ଆକ୍ରମଣ ର ୨୪ ଘଣ୍ଟା ନପୁରୁଣୁ ଅଭିଯୁକ୍ତ ଗୋପୀ ବେହେରା କୁ ଚାନ୍ଦପୁର ପୋଲିସ ଗିରଫ କରିବାକୁ ସକ୍ଷମ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଚମ୍ପାପେଡି ଗ୍ରାମର ପର୍ଶୁରାମ ପାଇକରାୟ କୁ ଗତ ୧୩/୦୮/୨୦୨୧ ସଂନ୍ଧ୍ୟା ରେ ସେହି ଗ୍ରାମର ଗୋପୀ ବେହେରା ଏକ ଧାରୁଆ ଅସ୍ତ୍ର  ରେ ଆକ୍ରମଣ କରିଥିଲା । ପର୍ଶୁରାମ ପାଇକରାୟ ଏବେ ଗୁରୁତର ଅବସ୍ଥା ରେ ଭୂବନେଶ୍ୱର ଏମସ୍ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଲୁଟ୍ ଉଦେଶ୍ୟ ରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏହା ପୁର୍ବ ଶତୃତା କୁ ନେଇ ହୋଇଥିବା ପୋଲିସ ଠାରୁ ସୂଚନା ମିଳିଛି । ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.