Home Top News ଭଦ୍ରକ ଯୁବତୀ ଆତ୍ମହତ୍ୟା ଘଟଣା: ପୂରଣ ହେଲା ମହିଳା ମୋର୍ଚ୍ଚା ଦାବୀ; ଆଉ ଦୁଇ ଅଭିଯୁକ୍ତ...

ଭଦ୍ରକ ଯୁବତୀ ଆତ୍ମହତ୍ୟା ଘଟଣା: ପୂରଣ ହେଲା ମହିଳା ମୋର୍ଚ୍ଚା ଦାବୀ; ଆଉ ଦୁଇ ଅଭିଯୁକ୍ତ ଗିରଫ

78

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଯୁବତୀ ଆତ୍ମହତ୍ୟା ଘଟଣାରେ ବିଜେପି ମହିଳା ମୋର୍ଚ୍ଚା ଦାବୀ ପୂରଣ ହୋଇଛି। ପୋଲିସ୍ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ବାପା ଶେଖ ମୁସ୍ତାକିନ୍ ଗିରଫ ହୋଇଥିବା ବେଳେ ଏବେ ଦୁଇ ପୁଅ ଶେଖ ସମୀର ଓ ଶେଖ ହୁନାଙ୍କୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ସ୍ଥିତ ନାଥସାହିର ଜଣେ ଯୁବତୀ ଦୋକାନକୁ ଚକଲେଟ କିଣିବାକୁ ଯାଇଥିବା ବେଳେ ଜଣେ ୭୦ ବର୍ଷୀୟ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ସେକ୍ ମୁସକିମ ତାଙ୍କୁ ଦୋକାନ ଭିତରକୁ ଟାଣି ନେଇ ଅସଦାଚରଣ କରିଥିଲା। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ପୁରୁଣା ବଜାର ଥାନାରେ ଲିଖିତ ଏତଲା ଦେବା ପରେ ସେକ୍ ମୁସକିମଙ୍କୁ ଗିରଫ କରାଯାଇଥିଲା। ତେବେ, ପୁଲିସର କୋହଳ ମନୋଭାବ ଯୋଗୁଁ ଅଭିଯୁକ୍ତ ଜେଲ୍ ଯାଇ ବେଲରେ ଆସିବା ପରେ ବାପ ପୁଅ ମିଶି କେସ୍ ଉଠାଇବା ନେଇ ଯୁବତୀଙ୍କୁ ଧମକ ଚମକ ଦେଲେ। ଝିଅଟି ଅପବାଦ ସହି ନପାରି ଆତ୍ମହତ୍ୟା ଭଳି କଠୋର ନିଷ୍ପତି ଗ୍ରହଣ କରିଥିଲା। ଏହାକୁ ନେଇ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ହଙ୍ଗମା ଆରମ୍ଭ କରିଥିଲା। ଏହାପରେ ପୋଲିସ ଅଭିଯୁକ୍ତ ଶେଖ୍ ମିସକିମଙ୍କୁ ଗିରଫ କରିଥିଲା। ତେବେ, ଧମକ ଦେଉଥିବା ତାଙ୍କ ତିନି ପୁଅଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଏହାପରେ ଯୁବତୀଙ୍କୁ ନ୍ୟାୟ ଦାବିରେ ତଥା ମୃତ୍ୟୁର କାରଣ ସାଜିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, କ୍ୟାଣ୍ଡେଲ୍ ଶୋଭାଯାତ୍ରା ଆଦି କରାଯାଇଥିଲା।

ଏହାପରେ ଏଭଳି ସ୍ପର୍ଶକତାପୂର୍ଣ୍ଣ ଘଟଣାର ବାସ୍ତବ ସ୍ଥିତି ଓ ସତ୍ୟାସତ୍ୟ ସଂପର୍କରେ ଜାଣିବା ପାଇଁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର ଏବଂ ସମ୍ପାଦିକା ଇତିଶ୍ରୀ ଜେନା ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିଲେ। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଉପାଧ୍ୟକ୍ଷା ଉଷା ପାଢ଼ୀ, ଉମାମଣୀ ସାହୁ ଏବଂ ସାଧାରଣ ସମ୍ପାଦିକା ଲିପିକା ବାରିକଙ୍କ ସମେତ ଚୈତାଳୀ ଖିଲାର, ବିଷ୍ଣୁପ୍ରିୟା ଲେଙ୍କା, ସ୍ୱାଗତିକା ସାହୁ, ସ୍ୱର୍ଣ୍ଣଲତା ମିଶ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ପ୍ରଦୀପ କୁମାର ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ସରୋଜ ପରିଡ଼ା ପ୍ରମୂଖ ରାଜ୍ୟ ମହିଳା ମୋର୍ଚ୍ଚା ଟିମ୍ ସହ ମିଶି ଯୁବତୀଙ୍କ ପରିବାର ସହିତ ଭେଟି ତାଙ୍କୁ ନ୍ୟାୟ ପାଇଁ ଲଢ଼ିବାର ଆଶ୍ୱାସନା ଦେଇଥିଲେ। ଆଗାମୀ ୪୮ ଘଣ୍ଟା ଭିତରେ ସମସ୍ତ ଦୋଷୀଙ୍କୁ ଗିରଫ କରାନଗଲେ ମହିଳା ମୋର୍ଚ୍ଚା ତରଫରୁ ଆନ୍ଦୋଳନ ତୀବ୍ର କରାଯିବ, ରାଜରାସ୍ତାରେ ନିଆଁ ଜଳିବ ବୋଲି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ଚେତାବନୀ ଦେଇଥିଲେ। ଶେଷରେ ମହିଳା ମୋର୍ଚ୍ଚା ଚେତାବନୀକୁ ଗୁରୁତର ଭାବେ ନେଇ ଅନ୍ୟ ଦୁଇ ଅଭିଯୁକ୍ତ ଶେଖ ସମୀର ଓ ଶେଖ ହୁନାଙ୍କୁ ପୋଲିସ ଗିରଫ କରିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.