Home ଖେଳ ଠିକ୍ ମ୍ୟାଚ ପୂର୍ବରୁ ବଦଳିଗଲା କ୍ରିକେଟ ଷ୍ଟାଡିୟମର ନାମ

ଠିକ୍ ମ୍ୟାଚ ପୂର୍ବରୁ ବଦଳିଗଲା କ୍ରିକେଟ ଷ୍ଟାଡିୟମର ନାମ

4119

ଲକ୍ଷ୍ନୌ;୦୬,ନଭେମ୍ବର:ଆଜି ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଦୂତୀୟ ଟି-୨୦ ମ୍ୟାଚ ଖେଳାଯିବ।ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ନବନିର୍ମିତ ଇକାନା ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାର ଥିଲା।ତେବେ ଠିକ୍ ଦିନକ ପୂର୍ବରୁ ଏହାକୁ ପରିବର୍ତ୍ତନ କରିଦିଆଯାଇଛି।ପରିବର୍ତ୍ତନ ଅର୍ଥ ଅନ୍ୟତ୍ର କେଉଁଠାରେ ଖେଳାଯିବ ତା’ ନୁହେଁ।ମ୍ୟାଚ ସେହି ଷ୍ଟାଡିୟମରେ ହିଁ ଖେଳାଯିବ,କିନ୍ତୁ ଷ୍ଟାଡିୟମଟିର ନାମ ପରିବର୍ତ୍ତନ କରାଯାଇ “ଇକାନା” ସ୍ଥାନରେ “ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ” କରି ଦିଆଯାଇଛି।ଭୂତପୂର୍ବ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍ମୃତିରେ ଯୋଗୀ ସରକାର ଏହି ପରିବର୍ତ୍ତନ ଆଣିଛନ୍ତି।ରାଜ୍ୟପାଳ ରାମନାୟକ ଏହାକୁ ସ୍ୱୀକୃତି ଦେଇ ଦେଇଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.