Home ଆନ୍ତର୍ଜାତୀୟ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା : ପଢ଼ନ୍ତୁ କିଏ ହେଲେ ସାମିଲ୍

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା : ପଢ଼ନ୍ତୁ କିଏ ହେଲେ ସାମିଲ୍

505

ମୁମ୍ବାଇ ୨୧-୭ (ଓଡ଼ିଆ ପୁଅ) : ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଜି ଭାରତୀୟ ଟିମ୍‌ର ଘୋଷଣା ହୋଇଛି। ବୋର୍ଡ ମୁମ୍ବାଇର ୱାଙ୍କେହେଡ଼େ ଷ୍ଟାଡ଼ିୟମରେ ଏକ ମିଟିଂରେ ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦ ଏବଂ ଅଧିନାୟକ ବିରାଟ କୋହଲୀଙ୍କର ଉପସ୍ଥିତିରେ ଟିମର ଖେଳାଳୀମାନଙ୍କ ଘୋଷଣା କରାଯାଇଛି। ୨ଟି ଟେଷ୍ଟ, ୩ଟି ଦିନିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଟିମ୍ ଘୋଷଣା କରାଯାଇଛି। ତିନୋଟି ଫର୍ମାଟ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ T-20 ଏବଂ ୱାନ-ଡେରେ ରୋହିତ ଶର୍ମା ଉପ-ଅଧିନାୟକ ହେବେ ଏବଂ ଟେଷ୍ଟ ସିରିଜ ପାଇଁ ଆଜିଂକ୍ୟ ରହାଣେଙ୍କୁ ଉପ-ଅଧିନାୟକ ବନାଯାଇଛି। ଏମାନଙ୍କ ବ୍ୟତୀତ T-20 ପାଇଁ ଶିଖର ଧାୱନ, କେଏଲ ରାହୁଲ, ଶ୍ରେୟସ ଆୟାର, ଋଷଭ ପନ୍ତ, ମନୀଷ ପାଣ୍ଡେୟ, କରୁନଲ ପାଣ୍ଡେୟଙ୍କୁ ରବିନ୍ଦ୍ର ଜାଡେଜା, ରାହୁଲ ଚାହର, ଭୁବନେଶ୍ଵର କୁମାର ଖଲୀଲ ଅହମ୍ମଦ, ଏବଂ ନବଦୀପ ସୈନୀଙ୍କୁ ମୌକା ଦିଆଯାଇଛି।

 

ଭାରତୀୟ ଟି-ଟ୍ୱେଣ୍ଟି ଟିମ୍ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେୟ, ଋଷଭ ପନ୍ଥ (ୱିକେଟ କିପର), ରବିନ୍ଦ୍ର ଜାଡେଜା, କୃର୍ଣ୍ଣାଲ ପାଣ୍ଡ୍ୟା, ୱାଂଶିଟନ୍ ସୁନ୍ଦର, ରାହୁଲ ଚହର, ଦୀପକ ଚହର, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ନଭଦୀପ ସୈନି।

ଭାରତୀୟ ଦିନିକିଆ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେୟ, ଋଷଭ ପନ୍ଥ(ୱିକେଟ କିପର), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ନଭଦୀପ ସୈନି।

ଭାରତୀୟ ଟେଷ୍ଟ ଟିମ୍ : ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପଅଧିନାୟକ), ରୋହିତ ଶର୍ମା, ମାୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରି, ଋଷଭ ପନ୍ଥ(ୱିକେଟ କିପର), ବୃଦ୍ଧିମାନ ଶାହା(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜସପ୍ରିତ ବୁମରା, ଉମେଶ ଯାଦବ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.