Home ଓଡ଼ିଶା କ୍ରୀଡ଼ାମନ୍ତ୍ରୀଙ୍କ ଫିଟନେସ୍: ଜାରି କଲେ “ବଟଲ କ୍ୟାପ୍ ଚ୍ୟାଲେଞ୍ଜ” ଭିଡିଓ

କ୍ରୀଡ଼ାମନ୍ତ୍ରୀଙ୍କ ଫିଟନେସ୍: ଜାରି କଲେ “ବଟଲ କ୍ୟାପ୍ ଚ୍ୟାଲେଞ୍ଜ” ଭିଡିଓ

330

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ ଫିଟନେସ୍ ଉପରେ ସବୁବେଳେ ଗୁରୁତ୍ୱ ଦିଅନ୍ତି।ସେ ପ୍ରତ୍ୟହ ହାର୍ଡ ଏକ୍ସରସାଇଜ୍ କରନ୍ତି।ଏବଂ ସମୟ ସମୟରେ ନିଜର ଫିଟନେସ୍ ଭିଡିଓ ସେୟାର କରନ୍ତି।ଏବେ କିରେନ୍‌ ରିଜିଜୁ ତାଙ୍କ ଫିଟନେସର ଏକ ଚମତ୍କାର ଭିଡିଓ ସେୟାର କରିଛନ୍ତି।ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

https://www.instagram.com/p/BzuU3C3hVfx/?utm_source=ig_web_copy_link

ଫିଟ୍‌ନେସ୍‌କୁ ପ୍ରୋତ୍ସାହନ ଦେବାପାଇଁ ସେ ନିଜେ “ବଟଲ କ୍ୟାପ ଚ୍ୟାଲେଞ୍ଜ”କୁ ସଫଳତାର ସହ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି।ଆଉ ଏକ ଭିଡିଓରେ ସେ ତାଙ୍କ ଏକାଗ୍ରତାର ପରିଚୟ ଦେଇ ବଲ ଖେଳୁଛନ୍ତି।ଏହାସହ ରିଜିଜୁ ପୋଷ୍ଟରେ ନିଶା ବିରୋଧରେ ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି, ଯୁବକମାନେ ଆମ ଦେଶର ଭବିଷ୍ୟତ।ନିଶାକୁ ନାଁ’ କୁହ, ଫିଟ୍‌ ରୁହ।ଏକାଗ୍ରତା ଏବଂ ଫୋକସ୍‌ ସଫଳତାର ମାର୍ଗ।ଉତ୍ତମ ସ୍ୱାସ୍ଥ୍ୟ ଜୀବନରେ ଖୁସି ନେଇ ଆସିଥାଏ।//ଦେବଦତ୍ତ ରଥ

https://www.instagram.com/p/By_2t50BprG/?utm_source=ig_web_copy_link

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.