Home ଆନ୍ତର୍ଜାତୀୟ ବର୍ଣ୍ଣବାଦର ଶୀକାର ହେଲେ ଉଦ୍ୟୋଗପତି କୁମାର ମଙ୍ଗଲମ ବିର୍ଲାଙ୍କ ଝିଅ – ଆମେରିକାର ରେଷ୍ଟୁରାଣ୍ଟରେ ଦୁର୍ବ୍ୟବହାରକରି...

ବର୍ଣ୍ଣବାଦର ଶୀକାର ହେଲେ ଉଦ୍ୟୋଗପତି କୁମାର ମଙ୍ଗଲମ ବିର୍ଲାଙ୍କ ଝିଅ – ଆମେରିକାର ରେଷ୍ଟୁରାଣ୍ଟରେ ଦୁର୍ବ୍ୟବହାରକରି ବାହାର କରି ଦିଆଗଲା

187

ନୂଆଦିଲ୍ଲୀ ୨୬-୧୦ (ଓଡ଼ିଆ) : ଦେଶର ପ୍ରମୁଖ ଉଦ୍ୟୋଗପତି କୁମାର ମଙ୍ଗଲମ ବିର୍ଲାଙ୍କ ଝିଅ ଅନନ୍ୟା ବିର୍ଲାଙ୍କୁ ଆମେରିକାର ଏକ ରେଷ୍ଟୁରାଣ୍ଟରେ ବର୍ଣ୍ଣବାଦ କାରଣରୁ ବାହାର କରିଦିଆଯାଇଥିବା ଅଭିଯୋଗ କରିଛନ୍ତି। ଅନନ୍ୟା ଟ୍ୱିଟ୍ କରି କହିଛନ୍ତି ଯେ ୱାଶିଂଟନ୍ ରେ ଥିବା ସ୍କୋପା ଇଟାଲୀ ରୁଟ୍ ରେଷ୍ଟୁରାଣ୍ଟ ତାଙ୍କୁ ପରିବାର ସହିତ ବାହାର କରିଦିଆଯାଇଛି।

ରେଷ୍ଟୁରାଣ୍ଟ (ସ୍କୋପା ରେଷ୍ଟୁରାଣ୍ଟ) କୁ ଟ୍ୟାଗ୍ କରି ଅନନ୍ୟା ଟ୍ୱିଟ୍ କରି କହିଛନ୍ତି, ‘ରେଷ୍ଟୁରାଣ୍ଟ ସ୍କୋପା ଇଟାଲୀୟ ରୁଟ୍ ପ୍ରକୃତରେ ମୋତେ ଏବଂ ମୋ ପରିବାରକୁ ରେଷ୍ଟ୍ୟୁରାଣ୍ଚରୁ ବାହାର କରି ଦେଇଛନ୍ତି। ବହୁତ ବର୍ଣ୍ଣବାଦୀ, ଏହା ଅତ୍ୟନ୍ତ ଦୁଃ ଖଦାୟକ ଥିଲା। ତୁମେ (ରେଷ୍ଟୁରାଣ୍ଟକୁ) ପ୍ରକୃତରେ ତୁମର ଗ୍ରାହକମାନଙ୍କୁ ସଠିକ୍ ଭାବରେରେ ବ୍ୟବହାର କରିବା ଉଚିତ୍। ଏହା ଠିକ ନୁହେଁ।’

ପରବର୍ତ୍ତୀ ଟ୍ୱିଟରେ ଅନନ୍ୟା କହିଛନ୍ତି ଯେ, ୱେଟର ତାଙ୍କ ମା’ଙ୍କୁ ଅଶାଳୀନ ବ୍ୟବହାର କରିଥିଲା। ସେ ଲେଖିଛନ୍ତି, ‘ଆମେ ତୁମର ରେଷ୍ଟୁରାଣ୍ଟରେ ଖାଇବାକୁ ୩ ଘଣ୍ଟା ଅପେକ୍ଷା କରିଥିଲୁ। ତୁମର ୱେଟର ଜୋଶୁଆ ସିଲଭରମ୍ୟାନଙ୍କ ଆଚରଣ ମୋ ମା ପାଇଁ ଅତ୍ୟନ୍ତ ଅଭଦ୍ର ଥିଲା, ଯାହାକି ବର୍ଣ୍ଣଭେଦ ଥିଲା। ଏହା ଠିକ ନୁହେଁ।’

ଅନନ୍ୟା ବିର୍ଲାଙ୍କ ବିଷୟରେ

ଅନନ୍ୟା ବିର୍ଲା ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲାଙ୍କ ଝିଅ ଏବଂ ସେ ଜଣେ ଗାୟୀକା ମଧ୍ୟ। ୨୦୧୬ ରେ ଅନନ୍ୟା ବିର୍ଲାଙ୍କ ପ୍ରଥମ ଗୀତ ଲିଭିନ୍ ଲାଇଫ୍ ରିଲିଜ ହୋଇଥିଲା। ଏହି ଗୀତ ପରେ ତାଙ୍କୁ ୟୁନିଭର୍ସାଲ୍ ମ୍ୟୁଜିକ୍ ଇଣ୍ଡିଆ ଦ୍ୱାରା ଜଣେ ଗାୟୀକୀ ଭାବରେ ସ୍ୱାକ୍ଷର କରାଯାଇଥିଲା। ଏହା ବ୍ୟତୀତ ସେ ଇ-କମର୍ସ କମ୍ପାନୀ କ୍ୟୁରକାର୍ଟର ପ୍ରତିଷ୍ଠାତା ତଥା ସିଇଓ ମଧ୍ୟ ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.