Home ଓଡ଼ିଶା ଏମିତି ବାପା! ଭାତରେ ମିଶାଇଲା ବିଷ! ପରିବାରର ୫ ଖାଇ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଏମିତି ବାପା! ଭାତରେ ମିଶାଇଲା ବିଷ! ପରିବାରର ୫ ଖାଇ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

181

ମାଲକାନଗିରି ୧୬-୬ (ଓଡ଼ିଆ ପୁଅ) : ଭାତରେ ବିଷ ମିଶାଇ ଦେଲା ବାପା। ଏହି ଭାତ ଖାଇ ପରିବାର ୩ ସନ୍ତାନଙ୍କ ସମେତ ୫ ଜଣ ଗୁରୁତର ହୋଇଥିବା ପରି ଦୁଖଃଦ ଘଟଣା ମାଲକାନଗିରି ଜିଲ୍ଲାରୁ ଆସିଛି। ସୂଚନା ମୁତାବକ, ମାଥିଲି ବ୍ଲକର ନାଏକଗୁଡ଼ାରେ ଗତକାଲି ରାତିରେ ପରିବାରର0 ସମସ୍ତେ ଭାତ ଖାଇଥିଲେ ସେମାନଙ୍କ ମଧ୍ୟରେ ୨ ଝିଅ, ଗୋଟିଏ ପୁଅ, ସ୍ତ୍ରୀ ଓ ଭାଇ ମିଳିମିଶି ଭାତ ଖାଇଥିଲେ। ଖାଇବାର କିଛି ସମୟ ପରେ ସେମାନଙ୍କୁ ବାନ୍ତି ହେବାରୁ ପଡ଼ୋଶୀଙ୍କ ସହାୟତାରେ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାଯାଇଛି।

ଖବର ଅନୁଯାୟୀ, ଅଭିଯୁକ୍ତ ବାପ, ଗତକାଲି ରାତିରେ ନିଶାସକ୍ତ ଘରକୁ ଫେରିଥିଲା ଏବଂ ଭାତରେ କିଟନାଶକ ମିଶାଇ ଦେଇଥିଲା ବୋଲି କହୁଛନ୍ତି ପରିବାର ଲୋକେ। ପରିବାର ଲୋକେ ଭାତ ଖାଇବା ପରେ ବାନ୍ତି ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.