Home ଓଡ଼ିଶା ବିଜେପିକୁ ଶକ୍ତ ଧକ୍କା: କୃଷି ବିଲକୁ ବିରୋଧ କରି ଏନଡିଏ ଛାଡିଲା ଶିରୋମଣି ଅକାଳୀ ଦଳ

ବିଜେପିକୁ ଶକ୍ତ ଧକ୍କା: କୃଷି ବିଲକୁ ବିରୋଧ କରି ଏନଡିଏ ଛାଡିଲା ଶିରୋମଣି ଅକାଳୀ ଦଳ

46

ନୂଆ ଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟିର ଅନ୍ୟତମ ସହଯୋଗୀ ଶିରୋମଣି ଅକାଳୀ ଦଳ (ଶିରୋମଣି ଅକାଳୀ ଦଳ (SAD)) ତିନିଟି ବିବାଦୀୟ କୃଷି ବିଲ୍ ଉପରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଛାଡିବାକୁ ନିଷ୍ପତ୍ତି ନେଇଛି।

ଏହାପୂର୍ବରୁ ସେପ୍ଟେମ୍ବର ୧୭ ରେ ନରେନ୍ଦ୍ର ମୋଦୀ କ୍ୟାବିନେଟରେ କେନ୍ଦ୍ର ମନ୍ତ୍ରୀ ଥିବା ଶିରୋମଣି ଅକାଳୀ ଦଳ (SAD) ର ହର୍ଷମ୍ରତ କୌର ବାଦଲ ଏହି ବିଲକୁ ବିରୋଧ କରି ଇସ୍ତଫା ଦେଇଥିଲେ। ଦେଶରେ ଏହାକୁ ନେଇ ଚାଷୀମାନଙ୍କର ବିରୋଧ ପ୍ରଦର୍ଶନ କରିାଯାଇଥିଲା ବିଶେଷକରି ପଞ୍ଜାବ ଏବଂ ହରିୟାଣାରେ।

“ଆମେ ଏନଡିଏର ଅଂଶ ହୋଇପାରିବୁ ନାହିଁ ଯେଉଁ ଦଳ ଏହି ବିଲ୍ ଆଣିଛି। କୃଷି ବିଲ୍ ଏବଂ ଏହାର ପ୍ରଭାବ ସହ ଆମେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ଆମକୁ ଅଣଦେଖା କରାଯାଇଥିଲା” ବୋଲି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂ ବାଦଲ ଗଣମାଧ୍ୟମକୁ କହିଛନ୍ତି।

ବିରୋଧୀଙ୍କ ମତା ଅନୁଯାୟୀ ଏହି ପଦକ୍ଷେପ କୃଷି କ୍ଷେତ୍ରକୁ ‘କର୍ପୋରେଟ୍’ କରିବ ଏବଂ ଆର୍ଥିକ ଦୃଷ୍ଟିରୁ ଏହା ଆହୁରି ଦୁର୍ବଳ ହେବ।

ସରକାର ଦାବି କରିଛନ୍ତି ଯେ ଏହି ପଦକ୍ଷେପ କୃଷକମାନଙ୍କୁ ସେମାନଙ୍କ ଫସଲ ପାଇଁ ଉତ୍ତମ ମୂଲ୍ୟ ପାଇବାରେ ସାହାଯ୍ୟ କରିବ, ଉଦାହରଣ ସ୍ୱରୂପ ଚୁକ୍ତିନାମା ଚାଷକୁ ଆଇନଗତ କରି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.