Home Top News ଇସ୍ରୋକୁ ପ୍ରଶଂସା, ଇସ୍ରୋକୁ କୃତଜ୍ଞତା: ମୋଦୀଙ୍କୁ ଅଭିନନ୍ଦନ, ମୋଦୀଙ୍କୁ ଧନ୍ୟବାଦ – ଓଡ଼ିଶା ବିଜେପି

ଇସ୍ରୋକୁ ପ୍ରଶଂସା, ଇସ୍ରୋକୁ କୃତଜ୍ଞତା: ମୋଦୀଙ୍କୁ ଅଭିନନ୍ଦନ, ମୋଦୀଙ୍କୁ ଧନ୍ୟବାଦ – ଓଡ଼ିଶା ବିଜେପି

19

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ଦେଶବ୍ୟାପୀ ପାଳିବ ସେବାପକ୍ଷ। ଗରିବଙ୍କ ପାଇଁ ସେବା ଓ ଗରିବ କଲ୍ୟାଣ ହେଉଛି ପ୍ରଧାନମନ୍ତ୍ରୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ। ତାଙ୍କ ନେତୃତ୍ଵରେ ଦେଶ ନିରନ୍ତର ବିକାଶ ପଥରେ ଗତି କରିବା ସହିତ ଐତିହାସିକ ଉପଲବ୍ଧି ହାସଲ କରୁଛି। ଏହି ଦିନ ନାଗରିକ ସମାଜ ସହିତ, ସମସ୍ତ କାର୍ଯ୍ୟକର୍ତ୍ତା ଅତୀତରେ ବିଭିନ୍ନ ସେବା କାର୍ଯ୍ୟ କରି ଆସିଛନ୍ତି ଏବଂ ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମଧ୍ଯ ପ୍ରାର୍ଥନା କରୁଛନ୍ତି। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ୧୭ ସେପ୍ଟେମ୍ବର ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବାପକ୍ଷ ପାଳନ କରାଯିବ। ଏହି ଅବସରରେ ବ୍ୟାପକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ଏହି ଅବସରରେ ଓଡ଼ିଶା ବିଜେପି ପକ୍ଷରୁ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି କହିଛନ୍ତି “ଚନ୍ଦ୍ରଯାନ -୩ର ସଫଳ ଉକ୍ଷେପଣ ପରେ ସମସ୍ତ ଦେଶବାସୀ ହର୍ଷୋଲ୍ଲାସ ସହିତ ଗୌରବାନ୍ଵିତ। ଇସ୍ରୋର ବୈଜ୍ଞାନିକ ଏବଂ ତାଙ୍କର ସହଯୋଗୀଙ୍କୁ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଉଛୁ ଏବଂ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ଯ ଅଭିନନ୍ଦନ ଜଣାଉଛୁ। ଏହା ସହିତ ଓଡିଶାର ଅସ୍ମିତାକୁ (ଐତିହ୍ୟ, ପରମ୍ପରା, ସଂସ୍କୃତି, ଭାଷା, ସଂଗୀତ ଓ ନୃତ୍ୟ) G-20 ଶିଖର ସମ୍ମିଳନୀରେ ସମ୍ମାନିତ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛୁ।”
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.