Home Coronavirus Outbreak ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କରୋନାର ମୁକାବିଲା ପାଇଁ ଗବେଷଣା ସ୍କିମ

ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କରୋନାର ମୁକାବିଲା ପାଇଁ ଗବେଷଣା ସ୍କିମ

175

– ମନୋନୀତ ଗବେଷକଙ୍କୁ 10 ଲକ୍ଷର ଆର୍ଥିକ ସହାୟତା

ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ବ୍ୟବସ୍ଥା ଓ ଔଷଧ ପ୍ରୟୋଗ ଆଦି ସମ୍ପର୍କରେ ସ୍ୱଳ୍ପମିଆଦୀ ଗବେଷଣା ତଥା ମୂଲ୍ୟାୟନ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଯେଉଁସବୁ ହସ୍ପିଟାଲ ଓ ପ୍ରତିଷ୍ଠାନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ଓ ପରିଚାଳନା କାର୍ଯ୍ୟ ସମ୍ପାଦନ କରୁଛନ୍ତି ସେମାନଙ୍କୁ ଏହି ସ୍କିମରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି। ଏହା ମୁଖ୍ୟତଃ ଆୟୁଷ ମନ୍ତ୍ରଣାଳୟ ବାହାରର କରୋନା ଚିକିତ୍ସା ବ୍ୟବସ୍ଥାରେ ସଂପୃକ୍ତ ବିଶେଷଜ୍ଞମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ଚାହିଁଲେ କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ପଦ୍ଧତି ଓ ଏହାର ଔଷଧପତ୍ରର ବ୍ୟବହାର ଉପରେ ସ୍ୱଳ୍ପମିଆଦୀ ଗବେଷଣା କରିପାରିବେ।

ଏହି ଗବେଷଣାର ସମୟସୀମା ଛ’ମାସ ଧାର୍ଯ୍ୟ କରାଯାଇଛି। ମନୋନୀତ ଗବେଷକମାନଙ୍କୁ ସେମାନଙ୍କର ଗବେଷଣା ଓ ପରୀକ୍ଷା ନିରୀକ୍ଷା ଖର୍ଚ୍ଚ ବାବଦରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଯୋଗାଇ ଦିଆଯିବ। ସେମାନେ ଆୟୁଷ ମନ୍ତ୍ରଣାଳୟର ବିଶେଷଜ୍ଞ, ଟେକନିସିଆନଙ୍କ ସହାୟତା ତଥା ପରୀକ୍ଷାଗାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଯୋଗ କରିପାରିବେ।

ଆବେଦନ ପ୍ରଣାଳୀ ଓ ସର୍ବଶେଷ ବିବରଣୀ ପାଇଁ ଆଗ୍ରହୀ ପ୍ରାର୍ଥୀ ଆୟୁଷ ମନ୍ତ୍ରଣାଳୟର ୱେବସାଇଟ ayush.gov.in ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଆବେଦନର ଶେଷ ତାରିଖ 2020 ମେ ପହିଲା ରଖାଯାଇଛି। ଆବେଦନ କେବଳ ଇ-ମେଲ [email protected]. ମାଧ୍ୟମରେ କରିବାକୁ ପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.