ନୂଆ ଦିଲ୍ଲୀ ୧-୧୧ (ଓଡ଼ିଆ ପୁଅ) – ଏନସିଆରରେ ବଢ଼ୁଥିବା ପ୍ରଦୂଷଣ କାରଣରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବଡ଼ ଘୋଷଣା କରିଛନ୍ତି। ସେ ଦିଲ୍ଲୀର ସମସ୍ତ ସ୍କୁଲ ପାଞ୍ଚ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।
ଏହା ପୂର୍ବରୁ ସୁପ୍ରୀମ କୋର୍ଟ ଦ୍ଵାରା ଗଠିତ ପ୍ୟାନେଲ ଶୁକ୍ରବାରଦିନ ଦିଲ୍ଲୀ-ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ଜନ ସ୍ଵାସ୍ଥ୍ୟର ଜରୁରୀକାଳୀନ ଘୋଷଣା କରି ପାଞ୍ଚ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧ ଲଗାଇଥିଲେ।