Home ଓଡ଼ିଶା ଏହି ସ୍କୁଲରେ ଛାତ୍ରୀ ଜୋର-ଜୋରରେ ରଡ଼ି କରୁଛନ୍ତି, ବେହୋସ ହୋଇଯାଉଛନ୍ତି

ଏହି ସ୍କୁଲରେ ଛାତ୍ରୀ ଜୋର-ଜୋରରେ ରଡ଼ି କରୁଛନ୍ତି, ବେହୋସ ହୋଇଯାଉଛନ୍ତି

1047

ଶହଡୋଲ, ୨୮-୧ (ଓଡ଼ିଆ ପୁଅ) ମଧ୍ୟ ପ୍ରଦେଶର ଶହଡୋଲ ଜିଲା ମୁଖ୍ୟାଳୟରୁ ୧୦୫ କିଲୋମିଟର ଦୂର ସ୍ଥିତ ଅନହରା ଗ୍ରାମର ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲରେ ପଢ଼ୁଥିବା ଏକ ଡର୍ଜନରୁ ଅଧିକ ଛାତ୍ରୀଙ୍କୁ ଏକ ଅଜବ ରୋଗ ଗ୍ରାସ କରିଛି। ଏହି ସ୍କୁଲର ଛାତ୍ରୀ ସ୍କୁଲରେ ଅଚାନକ ବସିବସି କମ୍ପିବାରେ ଲାଗୁଛନ୍ତି ଏବଂ ଜୋର-ଜୋରରେ ରଡ଼ି ଛାଡ଼ୁଛନ୍ତି ପରେ ବେହୋସ ହୋଇଯାଉଛନ୍ତି। ଏହିପରି ଘଟଣା କ୍ରମାଗତ ଭାବେ ୧୨ ଡିସେମ୍ବରରୁ ଚାଲିଛି। କିନ୍ତୁ ଜିଲା ପ୍ରଶାସନ ଏପର୍ଯ୍ୟନ୍ତ ଏହି ମାମଲାକୁ ଗମ୍ଭୀରତାର ସହ ନେଇନାହିଁ। ଏହା ଗ୍ରାମବାସୀଙ୍କୁ ଡରାଇ ଦେଇଛି। ଡର କାରଣରୁ ଅଧିକାଂଶ ଛାତ୍ରୀ ସ୍କୁଲ ଆସିବା ବନ୍ଦ କରିଦେଇଛନ୍ତି।

ଅନହରା ଗ୍ରାମର ଲୋକମାନେ କହିଛନ୍ତିଯେ, ଛାତ୍ରୀମାନଙ୍କର ଏହିପରି ଅବସ୍ଥାର ସୂଚନା ଜିଲା ପ୍ରଶାସନକୁ ଦିଆଯାଇଛି କିନ୍ତୁ ଦେଢ଼ ମାସ ପରେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ। ଏହି ମାଧ୍ୟମିକ ଏବଂ ପ୍ରାଥମିକ ସ୍କୁଲରେ ପ୍ରଥମ ଶ୍ରେଣୀରୁ ନେଇକରି ଅଷ୍ଟମ ପର୍ଯ୍ୟନ୍ତ ୮୭ ବିଦ୍ୟାର୍ଥୀ ପଢ଼ୁଛନ୍ତି, କିନ୍ତୁ ଏବେ କେବଳ ୨୦ଜଣ ବିଦ୍ୟାର୍ଥୀ ସ୍କୁଲକୁ ଆସୁଛନ୍ତି। ୨୬ ଜାନୁଆରୀରେ ଚାରିଜଣ ଛାତ୍ରୀ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପରେ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ପ୍ରାୟତଃ ଅଧ ଘଣ୍ଟା ପରେ ତାଙ୍କର ହୋସ ଆସିଥିଲା। ଏହି ଘଟଣା ପରେ ଗ୍ରାମବାସୀ ଅଧିକ ଡରିଯାଇଛନ୍ତି।

ଚାଇଲ୍ଡ ଲାଇନ ଟିମ ୨୪ ଜାନୁଆରୀରେ ଏହି ମାମଲାରେ ବିଷୟରେ ଜାଣିବା ପାଇଁ କରିବା ଅନହରା ସ୍କୁଲ ପହଁଚିଥିଲା। ଟିମର ଜଣେ ସଦସ୍ୟ କହିଛନ୍ତି କି ଆମେ ନିଜର ଗାଡ଼ିକୁ ସ୍କୁଲରୁ ଦୂରରେ ଠିଆ କରି ଦେଇଥିଲୁ। ସ୍କୁଲ ପରିସରକୁ ପାଦରେ ପହଁଞ୍ଚିଥିଲୁ ସେଠାରେ ପିଲାମାନେ ଖରାରେ ପଢ଼ୁଥୁଲେ ଏମାନଙ୍କ ମଧ୍ୟରେ ଜଣେ ଶିଶୁ ଅଚାନକ କମ୍ପିବାରେ ଲାଗିଲା ଏବଂ ତା’ର ଶରୀର ମୋଡ଼ି ହୋଇଗଲା। କିଛି ସମୟ ପରେ ଦ୍ୱିତୀୟ ଶିଶୁ ମଧ୍ୟ ଏହିପରି ହେଲା। ଧୀରେ-ଧୀରେ ଛଅ ରୁ ସାତ ଜଣ ଝିଅ କମ୍ପି କମ୍ପି ନିଜର ଗୋଡ଼ ଜମିରେ ରଗଡ଼ିବାରେ ଲାଗିଲେ ଏବଂ ତାଙ୍କ ଗୋଡ ଆଞ୍ଛୁଡ଼ି ହୋଇଯାଇଥିଲା ମଧ୍ୟ।

ମାନସିକ ରୋଗ ବିଶେଷଜ୍ଞ ଡ. ମୁକୁନ୍ଦ ଚତୁର୍ବେଦୀ କହିଛନ୍ତି ଏହା ମାସ୍ ହିଷ୍ଟିରିଆ (ବ୍ୟାପକ ମନୋନ୍ମାଦ) ର ଲକ୍ଷଣ ଅଟେ। ଏହାର ଚିକିତ୍ସା ସମ୍ଭବ। ଏଥିରେ ପ୍ରଭାବିତ ଲୋକମାନଙ୍କୁ କିଛି ସମୟ ପାଇଁ ସେହି ବାତାବରଣରୁ ଦୂର କରିଦେବା ଆବଶ୍ୟକ, ଏହା ସହିତ ତାଙ୍କୁ କାଉନ୍ସେଲିଙ୍ଗର ଆବଶ୍ୟକତା ରହିଛି ତେବେ ଏହି ଲକ୍ଷଣ ଠିକ ହୋଇପାରେ। ଏହା ଏକ ମାନସିକ ରୋଗ ମଧ୍ୟ, ଯାହା ଜଣେ ଅନ୍ୟଜଣକୁ ପ୍ରଭାବିତ ହେବାର ଦେଖିବାକୁ ମିଳିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.