Home ଓଡ଼ିଶା ଜାମା ମସଜିଦ ଭାଙ୍ଗ;ମୂର୍ତ୍ତି ନ ବାହାରିବ ତ’ମତେ ଫାଶୀ ଦେଇଦେବ:ସାକ୍ଷୀ ମହାରାଜ

ଜାମା ମସଜିଦ ଭାଙ୍ଗ;ମୂର୍ତ୍ତି ନ ବାହାରିବ ତ’ମତେ ଫାଶୀ ଦେଇଦେବ:ସାକ୍ଷୀ ମହାରାଜ

1136

ବିଜେପି ସାଂସଦଙ୍କ ବିବାଦୀୟ ମନ୍ତବ୍ୟ
ଉନ୍ନାଉ:ବିଜେପି ସାଂସଦ ସାକ୍ଷୀ ମହାରାଜ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।ସାକ୍ଷୀ ମହାରାଜ କହିଛନ୍ତି,ଜାମା ମସଜିଦକୁ ଭାଙ୍ଗ ଯଦି ସିଡ଼ି ତଳୁ ମୂର୍ତ୍ତି ନ’ ବାହାରିବ ତେବେ ମତେ ଫାଶୀ ଖୁଣ୍ଟରେ ଝୁଲେଇ ଦେବ।ଉତ୍ତର ପ୍ରଦେଶର ଉନ୍ନାଉଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମ ମନ୍ଦିରକୁ ନେଇ ସାକ୍ଷୀ ମହାରାଜ କହିଲେ କି ଏବେ ବିଜେପି ସରକାର ଉପରେ ଲୋକଙ୍କର ଅପେକ୍ଷା ରହିଛି କି’ ସୋମନାଥ ପରି ରାମ ମନ୍ଦିର କ୍ଷେତ୍ରରେ ଲୋକସଭାରେ ଆଇନ୍ ଅଣାଯାଉ।ଏହା ସହ ସାକ୍ଷୀ ମହାରାଜ କହିଲେ କି ରାମ ମନ୍ଦିର ବିଷୟ ଉପରେ ସୁପ୍ରୀମ କୋର୍ଟଙ୍କର ପ୍ରକ୍ରିୟାକୁ ମୁଁ ଭର୍ତ୍ସନା କରୁଛି।ଅନାବଶ୍ୟକ ମାମଲାରେ ସୁପ୍ରୀମକୋର୍ଟ ନିର୍ଣ୍ଣୟ ଦେଉଥିବା ବେଳେ ଅଯୋଧ୍ୟା ମାମଲାରେ ସମୟ ବିତେଇ ଚାଲୁଛନ୍ତି।

ସାକ୍ଷୀ ମହାରାଜ କହିଲେ କି ରାଜନୀତିକୁ ଆସିବା ସମୟରେ ମୋର ପ୍ରଥମ ମନ୍ତବ୍ୟ ଥିଲା ‘ଅଯୋଧ୍ୟା,ମଥୁରା,କାଶୀ କଥା ଛାଡ଼,ଦିଲ୍ଲୀ ଜାମା ମସଜିଦକୁ ଭାଙ୍ଗ,ଯଦି ସିଡ଼ି ତଳୁ ମୂର୍ତ୍ତି ନ’ ବାହାରିବ ତେବେ ମତେ ଫାସିରେ ଝୁଲେଇ ଦେବ’।ଆଜି ମଧ୍ୟ ମୁଁ ନିଜର ଏହି ବୟାନ ଉପରେ ସ୍ଥିର ଅଛି।ସାକ୍ଷୀ ମହାରାଜ କହିଲେ କି ମୋଗଲ କାଳରେ ହିନ୍ଦୁ ମାନଙ୍କ ସମ୍ମାନ ସହିତ ଖେଳାଗଲା,ମନ୍ଦିର ଭଙ୍ଗାଗଲା ଏବଂ ମସଜିଦ କରି ଦିଆଗଲା।

ଏହାସହ ସାକ୍ଷୀ ମହାରାଜ କହିଲେ କି ଏବେ ଲୋକସଭା ନିର୍ବାଚନ ପୂର୍ବରୁ ମନ୍ଦିର ନିର୍ମାଣ ଆରମ୍ଭ କରିଦେବାକୁ ପଡ଼ିବ।ସେଥିପାଇଁ ହୁଏତ ସରକାରଙ୍କୁ ଲୋକସଭାରେ ଅଧ୍ୟାଦେଶ ଆଣିବାକୁ ପଡ଼ୁ,କିମ୍ବା ଆଇନ ଆଣିବାକୁ ପଡ଼ୁ, କିମ୍ବା ଜମି ରାମଜନ୍ମ ଭୂମି ନ୍ୟାସକୁ ହସ୍ତାନ୍ତର କରି କରିବାକୁ ପଡ଼ୁ।ଏବେ ନୁହେଁ,ତ’ କେବେ ନୁହେଁ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.