Home Top News ଅଳଙ୍କାରର ଶୋ’ ରୁମରେ ୫୨୫ କୋଟିର ସୁଡ଼ଙ୍ଗ: ଆୟକର ବିଭାଗ ଚକିତ!

ଅଳଙ୍କାରର ଶୋ’ ରୁମରେ ୫୨୫ କୋଟିର ସୁଡ଼ଙ୍ଗ: ଆୟକର ବିଭାଗ ଚକିତ!

93

ଜୟପୁର; (ସଞ୍ଜୟ କୁମାର ସାହାଣୀ): ରାଜସ୍ଥାନରେ ଆୟକର ବିଭାଗର ଏପରି ଏକ କାର୍ଯ୍ୟାନୁଷ୍ଠାନ ଚାଲିଛି, ଯେଉଁଥିରେ ଏପର୍ଯ୍ୟନ୍ତ ପ୍ରାୟ ୧୪୦୦ କୋଟିର ଅଜ୍ଞାତ ଆୟ ଚିହ୍ନଟ ହୋଇଛି। ଅନୁସନ୍ଧାନ ଯେତେଯେତେ ଅଗ୍ରଗତି ହେଉଛି ନୂଆ ଚକିତକାରୀ ଖୁଲାସା ମଧ୍ୟ ସେତେସେତେ ହୋଇଚାଲିଛି। ତିନିଜଣ ଭିନ୍ନଭିନ୍ନ ବ୍ୟକ୍ତିଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ କେତେ ବଡ଼ ହୋଇଥିବ, ଏଥିରୁ ଏହା ଜାଣିହେବ ଯେ ଗତ ୪ ଦିନ ଧରି ୨୦୦ରୁ ଅଧିକ ଆୟକର ବିଭାଗର ଅଧିକାରୀମାନେ ଚଢ଼ାଉରେ ନିୟୋଜିତ ଥିଲେ ମଧ୍ୟ ଏହି କାମ ସମ୍ପୂର୍ଣ୍ଣ ହୋଇନାହିଁ। ଏପରିକି ସୁଡ଼ଙ୍ଗରୁ ୫୫୦ କୋଟି ଟଙ୍କା ମୂଲ୍ୟର ପୁରାତନ ସାମଗ୍ରୀ ସହିତ ଆଲଫା- ନ୍ୟୁମେରିକ ଗୁପ୍ତ କୋଡର ଏକ ବୃହତ ଡିଜିଟାଲ (ଅତ୍ୟାଧୁନିକ) ଡକ୍ୟୁମେଣ୍ଟ ଜବତ କରାଯାଇଛି। ସେଗୁଡ଼ିକ ବର୍ତ୍ତମାନ ଡିକୋଡ୍ କରିବାକୁ ଚେଷ୍ଟା କରାଯାଉଛି।

ଚଳିତ ବର୍ଷ ଜୟପୁରରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ଚକିତ କରିଦେଇଛି। ଗତ ଚାରି ଦିନ ଧରି ତିନୋଟି ବ୍ୟବସାୟ ଗୋଷ୍ଠୀର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଯେଉଁଥିରେ ଏପରି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁ ତିନୋଟି ଜାଗାରେ ଚଢ଼ାଉ ହୋଇଛି ତାହା ମଧ୍ୟରୁ ଗୋଟିଏ ହେଉଛି ଜୟପୁରର ଆମେର ଅଞ୍ଚଳରେ ଥିବା ସିଲଭର ଏଣ୍ଡ ଆର୍ଟ ପ୍ୟାଲେସ୍। ଏହାର ଏହି କୋଠାକୁ ଦେଖି ଅନୁମାନ କରାଯାଇପାରେ ଯେ କଳାବଜାରୀ ବ୍ୟବସାୟ ଏଠାରେ କେତେ ମାତ୍ରାରେ ଚାଲିଛି। ଏଠାରେ ହେଉଥିବା ସମସ୍ତ ବ୍ୟବସାୟ ବିଦେଶୀ ମୁଦ୍ରା ସହିତ ହେଉଥିଲା। ଆୟକର ବିଭାଗର ୪୦ ଟିମ ମଧ୍ୟରୁ ୨୦ଟି ଦଳ କେବଳ ଏହି ସ୍ଥାନରେ ନିୟୋଜିତ ଅଛନ୍ତି। ଇନକମ ଟ୍ୟାକ୍ସ ଚଢ଼ାଉରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ମାମଲା ହେଉଛି ଜୁଏଲର୍ ଗ୍ରୁପ୍ ସିଲଭର ଆର୍ଟ ଗ୍ରୁପ୍ ଠାରେ ଥିବା ସୁଡ଼ଙ୍ଗ। ଏହି ସୁଡ଼ଙ୍ଗରୁ ଜବତ ହୋଇଥିବା ଶହଶହ କୋରୋଡ଼ ବେନାମୀ ସମ୍ପତ୍ତି ଏବଂ ଅଘୋଷିତ ଆୟ ଡକ୍ୟୁମେଣ୍ଟ (ସାମଗ୍ରୀ) ଯାଞ୍ଚରେ ଆୟକର ବିଭାଗ ଏବେ ସକ୍ରିୟ ଅଛି।

ଆୟକର ବିଭାଗର ନିଜସ୍ୱ ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଚଢ଼ାଉରେ ଏହି ପରି ସୁଡ଼ଙ୍ଗ ନିର୍ମାଣ କରି ଲୁଟା ଯାଇଥିବା କେବେ ଦେଖାଯାଇ ନାହିଁ। ଜାନୁଆରୀ ୧୯ର ପ୍ରଥମ ଦିନ ସକାଳ ୪ଟାରେ, ଯେତେବେଳେ ଏହି ସ୍ଥାନରେ ଏହି ଚଢାଉ ହୋଇଥିଲା, ଆୟକର ଅଧିକାରୀମାନଙ୍କ ହାତରେ ପ୍ରଥମେ କିଛି ସୁରାକ (ତଥ୍ୟ)ମିଳିନଥିଲା। ଏହି ଛାପାମରା କାର୍ଯ୍ୟାନୁଷ୍ଠାନରେ ଜଡିତ ଥିବା ଆୟକର ଅଧିକାରୀଙ୍କ ପାଖରେ ଦୃଢ଼ ପ୍ରମାଣ ଥିଲା ତେଣୁ ଏକ ଚଳଚ୍ଚିତ୍ରର ଦୃଶ୍ୟକୁ ଆଧାର କରି ସେମାନେ ବେସମେଣ୍ଟ ଏବଂ କାନ୍ଥରେ ଲାଗିଥିବା ସିସିଟିଭି ଅନୁସନ୍ଧାନ ଆରମ୍ଭ କରିଥିଲେ ଏବଂ ଏହାପରେ ସେମାନଙ୍କ ହାତରେ ସୁରାକ ଲାଗିଥିଲା। ପ୍ରାୟ ୧୦ଘଣ୍ଟାର ପ୍ରୟାସ ପରେ ଆୟକର ଅଧିକାରୀମାନଙ୍କୁ ଅନ୍ୟ ଏକ କୋଠରୀରେ ଗୋଟିଏ କାନ୍ଥ ପାଖରେ ଆଉ ଏକ କାନ୍ଥ ଠିଆ ହୋଇଥିବା ଦେଖାଯାଇଥିଲା। ଦୁଇ କାନ୍ଥ ମଧ୍ୟରେ ଥିବା ସ୍ଥାନକୁ ଗଭୀର ଖୋଳା ଯାଇଥିଲା। ବହୁତ ଖୋଜାଖୋଜି ପରେ ଏକ ଢାଙ୍କୁଣୀ ଛିଦ୍ର ମିଳିଲା, ସେହି ଢାଙ୍କୁଣିକୁ ବାହାର କରିବା ପରେ ଏକ ପତଳା ସୁଡ଼ଙ୍ଗର କବାଟ ମିଳିଲା, ଯେଉଁଥିରେ ଜଣେ ବ୍ୟକ୍ତି ବହୁତ କଷ୍ଟରେ ପ୍ରବେଶ କରିପାରିବ। ଏହା ପରେ, ଗୋଟିଏ ପରେ ଗୋଟିଏ, ୧୧ରୁ ଅଧିକ ସ୍ଥାନରେ ଜାଞ୍ଚ ଆରମ୍ଭ କରାଯାଇଥିଲା।

ଏହି ବିଲ୍ଡିଂରେ ନିର୍ମିତ ଏହି ସୁଡ଼ଙ୍ଗକୁ ଦେଖି ଆୟକର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଏହି ସୁଡ଼ଙ୍ଗରେ ବହୁ ପରିମାଣର ଅତି ମୂଲ୍ୟବାନ ଏବଂ ମୂଲ୍ୟବାନ ପଥର, ସୁନା, ରୂପା ଅଳଙ୍କାର, ପ୍ରାଚୀନ ଅଳଙ୍କାର, ହସ୍ତତନ୍ତ, କାର୍ପେଟ ଏବଂ ପୋଷାକ ମିଳିଲା। ଗତ ୬ବର୍ଷରେ ଏହି ସବୁ ତିଆରି କରାଯାଇଥିଲା ଏବଂ ସୁନା ଓ ରୂପା ଅଳଙ୍କାରର ଅପୂର୍ବ ଉତ୍ପାଦନ ଏବଂ ବିକ୍ରିର କଳା ଚିଠା ଆହୁରି ଆଶ୍ଚର୍ଯ୍ୟଜନକ ଥିଲା। ଏହି ଗୁମ୍ଫା ଭିତରେ ୧୫ କୋଟିରୁ ଅଧିକ ମୂଲ୍ୟର ବେନାମୀ ସମ୍ପତ୍ତି ସହ ଜଡିତ ଡିଜିଟାଲ୍ ତଥ୍ୟ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମଧ୍ୟ ଜବତ କରାଯାଇଛି। ଆଶ୍ଚର୍ଯ୍ୟର କଥା, ଏହି ବ୍ୟବସାୟ ଏବଂ ଆୟକର ରିଟର୍ଣ୍ଣରେ ଏହି ଆୟ ଏବଂ ବ୍ୟବସାୟ ଦର୍ଶାଯାଇ ନାହିଁ କିମ୍ବା ଆକାଉଣ୍ଟ ବହିରେ କୌଣସି ଉଲ୍ଲେଖ କରାଯାଇ ନାହିଁ। ଅଳଙ୍କାର ଘରେ ଅବସ୍ଥିତ ଗୁମ୍ଫାରୁ ମିଳିଥିବା ଡକ୍ୟୁମେଣ୍ଟଗୁଡିକ ଆଲଫା ନ୍ୟୁମେରିକ ଗୁପ୍ତ କୋଡ଼ ଦ୍ୱାରା ବହୁତ ଅତ୍ୟାଧୁନିକ ଡକ୍ୟୁମେଣ୍ଟ। କୁହାଯାଉଛି ଯେ ପ୍ରତ୍ୟେକ ଜିନିଷର ପ୍ରକୃତ ବିକ୍ରିର ମୂଲ୍ୟ ଏହି ଗୁପ୍ତ କୋଡ଼ରେ ଲୁଚି ରହିଛି। ଯାହା ବର୍ତ୍ତମାନ ଡିକୋଡ୍ କରାଯାଉଛି। ଏହା ସହିତ ଏହି ଖୁପିଆ ଗୁମ୍ଫାରୁ ଦୁଇଟି ହାର୍ଡଡିସ୍କ ଏବଂ ଅନେକ ପେନ୍ ଡ୍ରାଇଭ୍ ମଧ୍ୟ ଜବତ କରାଯାଇଛି। ଆୟକର କର୍ତ୍ତୃପକ୍ଷ ଆଇଟି ବିଶେଷଜ୍ଞଙ୍କ ଠାରୁ ହାର୍ଡ ଡିସ୍କ ଏବଂ ପେନ୍ ଡ୍ରାଇଭରୁ ସବିଶେଷ ତଥ୍ୟ ବାହାର କରୁଛନ୍ତି। ଏହି ବ୍ୟବସାୟ ଗୋଷ୍ଠୀର ସ୍ଥାନରୁ ମିଳୁଥିବା ଡକ୍ୟୁମେଣ୍ଟଗୁଡିକ ବିଦେଶୀ ଯାତ୍ରୀଙ୍କୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିବା ଅଳଙ୍କାରରୁ ଯାହା ଖୁଲାସାରେ ପ୍ରକାଶ କରୁଛି। ଯେତେବେଳେ ସମ୍ପତ୍ତି ଏତେ ଅଧିକ ମୂଲ୍ୟବାନ ଥିଲା, ସୁରକ୍ଷା ଏମିତି କରାଯାଇଥିଲା ଯାହାକି କୌଣସି ସ୍ଥାନରେ ସ୍ପର୍ଶ ହେଲାମାତ୍ରେ ଏକ ଆଲାର୍ମ ବାଜୁଥିଲା, ଏପରିକି ଏହାର ମାଲିକମାନେ ମୋବାଇଲରେ ସିସିଟିଭି ଆପ୍ ମାଧ୍ୟମରେ ଘଣ୍ଟା ଘଣ୍ଟା ଏହା ଉପରେ ନଜର ରଖୁଥିଲେ ।

ଇନକମ ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଗୋଲାପୀ ଭେଲଭେଟ ପୋଷାକରେ ଗୁଡ଼ାଇ ସୁନା ଓ ରୂପା ପୁରାତନ ସାମଗ୍ରୀ ଏଠାରେ ରଖାଯାଇଥିଲା। ରିସେପସନ ଏବଂ ବେସମେଣ୍ଟ୍ ମାଧ୍ୟମରେ ସୁଡ଼ଙ୍ଗକୁ ଯିବା ରାସ୍ତା ମଧ୍ୟ ଏକ ରହସ୍ୟମୟ ଭଣ୍ଡାରର କାହାଣୀ ପରି ଗୁପ୍ତ ସୁଡ଼ଙ୍ଗ ରାସ୍ତା ପରିପୂର୍ଣ୍ଣ ହୋଇଥିଲା। ଏଠାରେ କିପରି କଳା ବ୍ୟବସାୟ ଚାଲିଥିଲା ତାହା ଆକଳନ କରାଯାଇ ପାରିବ ଯେ ଏହି ଚାରି ଦିନିଆ ଚଢ଼ାଉରେ କର୍ତ୍ତୃପକ୍ଷଙ୍କୁ କେବଳ ଏହି ଜୁଏଲର୍ସ ଗୋଷ୍ଠୀରୁ ୫୨୫ କୋଟିର ଅଘୋଷିତ ଆୟର ଡକ୍ୟୁମେଣ୍ଟ ମିଳିଥିଲା। କେବଳ ଏତିକି ନୁହେଁ, ଏହି ଅଳଙ୍କାର ଗୋଷ୍ଠୀ ମଧ୍ୟ ଅନେକ ବ୍ୟବସାୟୀଙ୍କୁ ଅଧିକ ସୁଧରେ ୧୨୨ କୋଟି ଟଙ୍କା ମୂଲ୍ୟର ନଗଦ କାରବାର କରିଥିବା ବିଷୟରେ ସୂଚନା ପାଇଛନ୍ତି। ସେମାନଙ୍କଠାରୁ ସୁଧ ପରିମାଣ ରଖିବା ସମୟରେ, ଏହି କମ୍ପାନୀର ମାଲିକମାନେ ସେମାନଙ୍କ ଆକାଉଣ୍ଟଙ୍କ ପରିବର୍ତ୍ତେ ସେମାନଙ୍କ କର୍ମଚାରୀଙ୍କ ଆକାଉଣ୍ଟରେ ଜମା କରୁଥିଲେ ଯାହା ଦ୍ୱାରା ଆୟକର ବିଭାଗର ଅଧିକାରୀମାନଙ୍କ ଆଖିରେ ସହଜରେ ଧୂଳି ପକାଇ ପାରିବେ।

ଏହିଭଳି ଦୁଇଟି ଭିନ୍ନଭିନ୍ନ ବିଲଡରଙ୍କ ଉପରେ ଚଢ଼ାଉ କରି ଆୟକର ବିଭାଗ ଯାଞ୍ଚ ଜାରି ରଖିଛି। ଏହି ଚାରି ଦିନ ମଧ୍ୟରେ ଏହି ତିନୋଟି ସ୍ଥାନରୁ ଆୟକର ବିଭାଗର ୪୦ଟି ଦଳର ୨୦୦ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀମାନେ କଳା ଟଙ୍କାର ଅପୂରଣୀୟ ଭଣ୍ଡାର ପାଇଛନ୍ତି। ଏପର୍ଯ୍ୟନ୍ତ ଅଳଙ୍କାର ବ୍ୟବସାୟୀଙ୍କ ୫୨୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଥିବା ଜଣାପଡ଼ିଛି। ବିଲଡର ମାନଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି ଯେ ପ୍ରକଳ୍ପ ଶେଷ ହେବା ପୂର୍ବରୁ ଏହି ଲୋକମାନେ ଏହାକୁ ଏକ ଚତୁର୍ଥାଂଶରେ ଅଧିକ ମୂଲ୍ୟରେ କିଣୁଥିଲେ। ବର୍ତ୍ତମାନ, ଚଢାଉ ପ୍ରକ୍ରିୟା ଚାରି ଦିନ ସମାପ୍ତ ହୋଇଛି ଏବଂ ଅନୁସନ୍ଧାନ ଅଗ୍ରଗତି କଲାବେଳେ ସେମାନଙ୍କ ସହ ଜଡିତ ବାସ୍ତବତା ମଧ୍ୟ ବଢ଼ିିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.