Home Top News ହିନ୍ଦୁ ସଙ୍ଗଠନ ଟାର୍ଗେଟରେ ରୋମିୟ: ହିନ୍ଦୁ ମହାସଭା ପକ୍ଷରୁ ସ୍ୱାଗତ ..

ହିନ୍ଦୁ ସଙ୍ଗଠନ ଟାର୍ଗେଟରେ ରୋମିୟ: ହିନ୍ଦୁ ମହାସଭା ପକ୍ଷରୁ ସ୍ୱାଗତ ..

93

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ହିନ୍ଦୁ ସଙ୍ଗଠନର ଟାର୍ଗେଟରେ ଏବେ ରୋମିୟ (ପ୍ରେମୀ ଯୋଡ଼ି)। ସଙ୍ଗଠନ ପକ୍ଷରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ସ୍କୁଲ/କଲେଜକୁ ପାଠ ପଢ଼ିବା ନାଁ’ରେ ଆସି ଷ୍ଟେସନ, ତୋଟା, ପାହାଡ଼ ତଳ, ଜଙ୍ଗଲରେ ରୋମାନ୍ସରେ ମାତୁଥିବା ପ୍ରେମୀ ଯୁଗଳଙ୍କୁ ଏମାନେ ଟାର୍ଗେଟ୍ କରୁଛନ୍ତି। ଏତାଦୃଶ କାର୍ଯ୍ୟପାଇଁ ସେମାନଙ୍କୁ ବାରଣ କରାଯାଉଛି ଏବଂ ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଉଛନ୍ତି ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା। ପାଶ୍ଚାତ୍ୟ ସଂସ୍କୃତି, ପରମ୍ପରା ଏଠାରେ ଚଳିବ ନାହିଁ, ବିଶେଷ କରି “ଲଭ୍ ଜିହାଦ୍” ଶୀକାରରୁ ହିନ୍ଦୁ ଯୁବତୀ ମାନଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ନିକଟରେ ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଜଣେ ଯୁବତୀ ଲଭ୍ ଜିହାଦର ଶୀକାର ହୋଇ ଆତ୍ମହତ୍ୟା କରିଥିଲେ। ଏହା ପରଠାରୁ ସ୍ଥାନୀୟ ହିନ୍ଦୁ ସଙ୍ଗଠନ ସକ୍ରିୟ ହୋଇଉଠିଛି। ଏହି ଅଞ୍ଚଳରେ ଆହୁରୀ ଅନେକ ଗୁଡ଼ିଏ ଯୁବତୀ ଲଭ୍ ଜିହାଦ୍ କବଳରେ ପଡ଼ିଯାଇଥିବା କୁହାଯାଉଛି।ନିକଟରେ ଗୀତା ଜୟନ୍ତୀ ଅବସରରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏକ ବିଶାଳ ବାଇକ୍ ରାଲି ଓ ଧର୍ମସଭା ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇ ଫାୟାରବ୍ରାଣ୍ଡ ହିନ୍ଦୁ ଯୁବାନେତ୍ରୀ ହରପ୍ରିୟା ସାହୁ “ଲଭ୍ ଜିହାଦ୍” ବିରୋଧରେ “ଧର୍ମ ଯୁଦ୍ଧ” ପାଇଁ ଆହ୍ୱାନ୍ କରିଥିଲେ। ଏବେ ସ୍ଥାନୀୟ ହିନ୍ଦୁ ସଙ୍ଗଠନର ଏପରି ପଦକ୍ଷେପକୁ ସ୍ଥାନୀୟ କିଛି ବୁଦ୍ଧିଜୀବୀ ଏବଂ ଅଭିଭାବକ ପ୍ରଶଂସା କରିଥିବା ବେଳେ ରାଜ୍ୟ ହିନ୍ଦୁ ମହାସଭା ପକ୍ଷରୁ ଏପରି ପଦକ୍ଷେପକୁ ସ୍ୱାଗତ ଓ ସମର୍ଥନ କରାଯାଇଛି।
-/Dr

ଗୀତା ଜୟନ୍ତୀ ଉପଲକ୍ଷେ ବିଶାଳ ବାଇକ୍ ରାଲି ଏବଂ ଧର୍ମସଭା ଆୟୋଜିତ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.