Home Top News ସଂଘ ଶିକ୍ଷା ବର୍ଗରେ ବୈଜୟନ୍ତ: କିଛି ଭିନ୍ନ ସୂଚନା ଦେଉଛି କି ..

ସଂଘ ଶିକ୍ଷା ବର୍ଗରେ ବୈଜୟନ୍ତ: କିଛି ଭିନ୍ନ ସୂଚନା ଦେଉଛି କି ..

81

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତୃତୀୟ ବର୍ଷ ଶିକ୍ଷା ବର୍ଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦେଖିବାକୁ ମିଳିଛି। ନାଗପୁର ସ୍ଥିତ କେଶବକୁଞ୍ଜ ସଂଘ ମୁଖ୍ୟାଳୟରେ ଆୟୋଜିତ ତୃତୀୟ ବର୍ଷ ବର୍ଗର ସମାପନ ସମାରୋପରେ ଅନ୍ୟାନ୍ୟ କିଛି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥୀଙ୍କ ସହିତ ବୈଜୟନ୍ତ ପଣ୍ଡା ମଧ୍ୟ ସାମିଲ୍ ଥିଲେ। ମୁଖ୍ୟ ଅତିଥି ଭାବରେ ଜଗତଗୁର ଡ. ମଲ୍ଲିକାର୍ଜୁନ ବିଶ୍ୱାରାଧ୍ୟ ଶିବାଚାର୍ଯ୍ୟ ଏବଂ ସର ସଂଘଚାଳକ ଡ. ମୋହନ ଭାଗବତ, ପ୍ରାନ୍ତ ସଂଘ ଚାଳକ ଆଦିଙ୍କ ଉପସ୍ଥିତରେ ଆୟୋଜିତ ସଂଘ ଶିକ୍ଷା ବର୍ଗର ସମାପନ ସମାରୋହ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଶ୍ରୀଧର ବେମ୍ବୁ, ଅନୱର ଖାନ୍, ଆଦିନାଥ ମଙ୍ଗେସକର, ବିଷାଦ ମଫତଲାଲ, ରିଶାଦ ପ୍ରେମ ଏବଂ ଅନୁରାଗ ବେହେରଙ୍କ ସହିତ ବୈଜୟନ୍ତ ପଣ୍ଡା ମଧ୍ୟ ସାମିଲ୍ ଥିଲେ। ଏହା ସହିତ ବୈଜୟନ୍ତ ସର ସଂଘ ଚାଳକଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି।ସଂଘ (ଆରଏସ୍ଏସ୍) ବିଜେପିର ମାତୃ ସଙ୍ଗଠନ। ବିଜେପିରେ ଏକ ବଡ଼ ତଥା ଲମ୍ବା ଇନିଂଙ୍ଗ୍ସ୍ ଖେଳିବାକୁ ହେଲେ ସଂଘ ସଂପର୍କ ଜରୁରୀ। ବିଜେପିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଚାହୁଁଥିଲେ ସଂଘର ଭରଷା ଜିତିବାକୁ ପଡ଼ିବ। ସଂଘ ପ୍ରମୁଖ କୁହନ୍ତି, ପ୍ରଥମେ ସଂଘକୁ ଜାଣ, ସଂଘକୁ ବୁଝ। ଯେତେବେଳେ ଆପଣ ସଂଘର ରୀତିନୀତି ସହ ସହମତ ହୁଅନ୍ତି, ସେତେବେଳେ ସଂଘ ସହିତ ଯୋଡ଼ି ହୁଅନ୍ତୁ, କାମ ମଧ୍ୟ କରନ୍ତୁ। କଂଗ୍ରେସରୁ ଆସି ମୋଦୀ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ହୋଇଥିବା ମଧ୍ୟପ୍ରଦେଶ ନେତା ଜ୍ୟୋତିନ୍ଦ୍ରନାଥ ସିନ୍ଧିଆ ତାହା କରୁଛନ୍ତି ଆଉ ଓଡ଼ିଶାରେ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡା ମଧ୍ୟ ତାହା କରୁଥିବା ଦେଖିବାକୁ ମିଳୁଛି।ଆଜି ନୁହେଁ, ଆରମ୍ଭରୁ ସଂଘ (ଆରଏସ୍ଏସ୍) ସହିତ ଭଲ ସମ୍ପର୍କରେ ଅଛନ୍ତି ବୈଜୟନ୍ତ। ବିଜେପିରେ ଯୋଗ ଦେବା ପୂର୍ବରୁ ନାଗପୁର ସ୍ଥିତ ସଂଘ ମୁଖ୍ୟାଳୟରେ ଚାଲିଥିବା ଶିବିରକୁ ଯାଇଥିଲେ ବୈଜୟନ୍ତ। ପ୍ରଥମ ଦିନ ଯାଇଥିଲେ ଏବଂ ଦୂତୀୟ ଦିନ ସଂଘ କାର୍ଯ୍ୟକ୍ରମ ଲାଇଭ୍ ଟେଲିକାଷ୍ଟ ଘରେ ବସି ଦେଖି, ସଂଘକୁ ଜାଣିବାକୁ ଇଛୁକ ଥିବା ଜଣେ ବାହାର ବ୍ୟକ୍ତି ଭାବରେ ସେ ଏହା କରୁଥିଲେ ବୋଲି ସେତେବେଳେ ବୈଜୟନ୍ତ ଟ୍ୱିଟ କରି କହିଥିଲେ। ସର- ସଂଘଚାଳକ ମୋହନ ଜୀ’ ଭାଗବତଙ୍କର ଗାନ୍ଧି, ଡଃ କଲାମ, କୁରୀୟନ, ନେହେରୁ, କଂଗ୍ରସ ଏପରିକି ବାମପନ୍ଥୀଙ୍କ ପ୍ରତି ସହଯୋଗ, ସମ୍ବିଧାନ ପ୍ରତି ବଚନବଦ୍ଧତା ଏବଂ ସବୁ ଧର୍ମକୁ ସ୍ୱୀକୃତି, ସମ୍ମାନ ଦେବା ଭାବନାକୁ ଅନୁଭବ କରି ସେତେବେଳେ ବୈଜୟନ୍ତ ତାଙ୍କ ଟ୍ୱିଟରରେ ପ୍ରଶଂସା କରିଥିଲେ। ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ ବିବାଦ ଠାରୁ ଦୂରେଇ ରହି କେନ୍ଦ୍ରୀୟ ବିଜେପି ତଥା ସଂଘ ଅଧିକାରୀ ମାନଙ୍କ ସହିତ କୌଣସି ନାଁ କୌଣସି କାର୍ଯ୍ୟକ୍ରମରେ ଜଡ଼ିତ ରହି ଆସୁଛନ୍ତି ବୈଜୟନ୍ତ। ଏମିତିରେ ବୈଜୟନ୍ତ ପଣ୍ଡାଙ୍କର ସଂଘ ସହିତ ସଂପର୍କ ଏବଂ ସଂଘ କାର୍ଯ୍ୟକ୍ରମକୁ ବୈଜୟନ୍ତଙ୍କୁ ନିମନ୍ତ୍ରଣ କିଛି ଭିନ୍ନ ସୂଚନା ଦେଉଛି କି ??
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.