Home Top News ରୋହିତ ଶର୍ମାଙ୍କ ଫିଟନେସ୍ ଟେଷ୍ଟ ପାସ୍ – ଯାଇପାରନ୍ତି ଅଷ୍ଟ୍ରେଲିଆ

ରୋହିତ ଶର୍ମାଙ୍କ ଫିଟନେସ୍ ଟେଷ୍ଟ ପାସ୍ – ଯାଇପାରନ୍ତି ଅଷ୍ଟ୍ରେଲିଆ

46

ନୂଆଦିଲ୍ଲୀ ୧୧ ଡିସେମ୍ବର (ଓଡ଼ିଆ ପୁଅ) ଭାରତୀୟ କ୍ରିକେଟ୍ ସହ ଜଡିତ ବଡ ଖବର। ଟିମ୍ ଇଣ୍ଡିଆର ହିଟମ୍ୟାନ୍ ରୋହିତ ଶର୍ମା ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜ୍ ପାଇଁ ସେ ଖେଳିବାର ସମ୍ଭାବନା ଅଛି। ତେବେ ବିସିସିଆଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରୁ ଜଣାପଡ଼ିଛିଯେ, ରୋହିତ ଶର୍ମା ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କୁହାଯାଉଛି ଯେ, ରୋହିତ ଶର୍ମାଙ୍କ ଏନସିଏସରୁ ଫିଟନେସ ରିପୋର୍ଟ ବିସିସିଆଇରେ ଦାଖଲ ହେବ, ଏହା ପରେ ବିସିସିଆଇ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୱାନ ଡେ ଏବଂ ଟି -୨୦ ସିରିଜ ଖେଳି ପାରିନଥିଲେ, କିନ୍ତୁ ତାଙ୍କୁ ଟେଷ୍ଟ ସିରିଜରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରଥମ ଟେଷ୍ଟ ଡିସେମ୍ବର ୧୭ ରୁ ଅନୁଷ୍ଠିତ ହେବାକୁ ଯାଉଛି, ହୁଏତ ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ବଞ୍ଚିତ ହୋଇପାରନ୍ତି, କିନ୍ତୁ ବାକି ଟେଷ୍ଟ ମ୍ୟାଚରେ ସେ ଦଳରେ ଯୋଗ ଦେଇପାରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.