Home ଓଡ଼ିଶା ବଦ୍ରିଙ୍କ ବିରୋଧରେ ବିଦ୍ରୋହ: ଦଳ ଛାଡ଼ିଲେ ଜିଲ୍ଲା ସମ୍ପାଦିକା ..

ବଦ୍ରିଙ୍କ ବିରୋଧରେ ବିଦ୍ରୋହ: ଦଳ ଛାଡ଼ିଲେ ଜିଲ୍ଲା ସମ୍ପାଦିକା ..

81

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପିରେ ଗୋଷ୍ଠୀ ବିବାଦ ଚରମ ସୀମାରେ ପହଞ୍ଚିଛି। ଏଠି ଜିଲ୍ଲା ସଭାପତିଙ୍କର କର୍ତୁତ୍ତ୍ୱ ବୋଲି କିଛି ନାହିଁ। ବିଧାନସଭା ନେତା ବୋଲାଉଥିବା ନେତୃତ୍ୱ ମାନଙ୍କର ନିଷ୍ପତ୍ତିରେ କେବଳ ହଁ ରେ ହଁ ମାରିବାକୁ ବାଧ୍ୟ ହେଉଛନ୍ତି ଜିଲ୍ଲା ସଭାପତି। ୨୦୨୪ରେ ନିଜ ପାଇଁ ଟିକେଟ୍ ଲକ୍ଷରେ କେତେକ ନିର୍ବାଚନ ମଣ୍ଡଳୀରେ ନେତା ମନମାନି ଚଲାଉଥିବା କାରଣରୁ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହି କାରଣରୁ ନିକଟରେ ଭଦ୍ରକ ଜିଲ୍ଲା ବିଜେପି ସମ୍ପାଦିକା ଜୟସ୍ମିତା ଗୋଛାୟତ ନିଜ ପଦବୀ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀର ନେତା ବଦ୍ରୀ ନାରାୟଣ ଧଳଙ୍କ କାରଣରୁ ଜୟସ୍ମିତା ଦଳ ଛାଡ଼ିଛନ୍ତି। ବଦ୍ରୀ ନାରାୟଣ ଧଳଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଏକ ପ୍ରକାର ବଦ୍ରିଙ୍କ ବିରୋଧରେ ବିଦ୍ରୋହ କରି ସେ ଦଳ ଛାଡ଼ିଛନ୍ତି। ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପଠାଇ ଦେଇଛନ୍ତି। ତେବେ, ଜିଲ୍ଲା ସଭାପତି କରିବେ ବା କ’ଣ? ବଦ୍ରୀ ଧଳଙ୍କ ଆଗରେ ନାଚାର ହୋଇ ନୀରବ ରହିଛନ୍ତି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ। ନିଜ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଭଣ୍ଡାରିପୋଖରୀ ବିଧାୟକ ପାର୍ଥୀଙ୍କ ଉପରେ ଅସନ୍ତୁଷ୍ଟ ହୋଇ, ସମସ୍ତ ସମର୍ଥକଙ୍କ ସହ ଜିଲ୍ଲା ସମ୍ପାଦିକା ତଥା ବିଜେପି ଦଳରୁ ଇସ୍ତଫା ଦେଉଛି ବୋଲି ଇସ୍ତଫା ଦେବା ପୂର୍ବରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଜୟସ୍ମିତା ଗୋଛାୟତ। ଆଗାମୀ ନିର୍ବାଚନରେ ଭଣ୍ଡାରପୋଖରୀ ଆସନ ପାଇଁ ବିଜେପି ଟିକେଟରେ ପରିବର୍ତ୍ତନ ହେବା ନେଇ କୁହାଯାଉଥିବା ବେଳେ, ସେହି ଆସନ ପାଇଁ ଏବେଠାରୁ ଦୁଇ/ତିନି ଜଣ ନଜର ପକାଇଲେଣି। ଏ’ ଭିତରେ ଜୟସ୍ମିତାଙ୍କ ଇସ୍ତଫା ବଦ୍ରୀଙ୍କ ବିରୋଧରେ ବିଦ୍ରୋହର ଅୟଂଆରମ୍ଭ ବୋଲି କୁହାଯାଉଛି।
-@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.