Home କେନ୍ଦୁଝର ଜିଆରଏସଙ୍କ ବଦଳି ସ୍ଥଗିତ

ଜିଆରଏସଙ୍କ ବଦଳି ସ୍ଥଗିତ

49

ହାଟଡ଼ିହି,୧୨ /୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଗତ ୭ତାରିଖରେ ହାଟଡିହି ବ୍ଲକରେ କାର୍ଯ୍ୟରତ ଜିଆରଏସ ମାନଙ୍କୁ ପାଇଁ କରାଯାଇଥିବା ନିର୍ଦ୍ଦେଶକୁ ପୁନର୍ବାର ସ୍ଥଗିତ ରଖାଯାଇଛି । ଗତ ୭ତାରିଖ ଦିନ ବିଡିଓଙ୍କ ଚିଠିନଂ ୭୪୪ରେ ୩୧ଟି ଯାକ ପଞ୍ଚାୟତର ଜିଆରଏସ ମାନଙ୍କୁ ବ୍ଲକ ଭିତରେ କେବଳ ପଞ୍ଚାୟତ ପରିବର୍ତ୍ତନ କରାଯାଇ ବଦଳି ଆଦେଶ ବାହାରିଥିଲା । କିନ୍ତୁ ତିନିଦିନ ପରେ ବିଡିଓଙ୍କ ଚିଠିନଂ ୧୯୮୮ ତା ୧୦/୦୮/୨୦୨୧ରେ ଏହି ବଦଳି ଆଦେଶକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ଚିଠି ହେଲା । ଯାହାକୁନେଇ ଏବେ ସାଧାରଣରେ ଯୋରଦାର ଚର୍ଚ୍ଚା ହେଉଛି । ବ୍ଲକରେ କାର୍ଯ୍ୟ କରୁଥିବା କିଛି ଦୁର୍ନୀତି ଗ୍ରସ୍ଥ ଜିଆରଏସଙ୍କ ପାଇଁ ଏବେ ବ୍ଲକଟି ବଦନାମ ମୁଣ୍ଡାଉଥିବାବେଳେ ଓ କିଛି ଜିଆରଏସ ମାନେ ଗୋଟିଏ ଗୋଟିଏ ପଞ୍ଚାୟତରେ ଦୀର୍ଘବର୍ଷ ହେଲା ରହିବାରୁ ମନରେଗା ଯୋଜନାରେ ବ୍ୟାପକ ହରିଲୁଟ କରୁଥିବା ନେଇ ଅଭିଯୋଗ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ବ୍ଲକ କର୍ତ୍ତୁପକ୍ଷ ଜିଆରଏସ ମାନଙ୍କୁ ପଞ୍ଚାୟତ ଭିତରେ ବଦଳି କରିବାକୁ ନିଷ୍ପତିନେଇ ଏହି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦିନ କେଇଟା ଭିତରେ ପୁନର୍ବାର ନିଷ୍ପତି ପରିବର୍ତ୍ତନ ହେବାଯୋଗୁଁ ସାଧାରଣରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.