Home କେନ୍ଦୁଝର ଗୋପାଳପୁରରେ ୩୦୭ଟୀକା ଦିଆଗଲା

ଗୋପାଳପୁରରେ ୩୦୭ଟୀକା ଦିଆଗଲା

52

ହାଟଡ଼ିହି, ୧୨ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ)ଶାସଙ୍ଗ ପଞ୍ଚାୟତ ଗୋପାଳପୁର ସ୍କୁଲରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ଓ ବିପିଏମ ଚନ୍ଦନ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୩୦୦ଜଣ ଲୋକଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରରେଶାଶ୍ୱତୀ ପ୍ରୀୟଦର୍ଶନୀ ନାୟକ, ବିଶ୍ୱକେଶନ ଦାସ,ମହିଳା ପରିଦର୍ଶିକା ନିରୁପମା ଦାସ,ସୁଶାନ୍ତ ଘହେଇ, ସ୍ୱାସ୍ଥ୍ୟକର୍ମୀ ଟୁକୁନୁ ଜେନା, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ଟୀକା ପ୍ରଦାନ କରିଥିଲେ । ଟୀକା ନେବାକୁ ଆସୁଥିବା ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଯାଇ ଟୀକା ନେଉଥିବା ଦେଖିବାକୁ ମିଳିଥିଲା । ଏହି ଶିବିରକୁ ପ୍ରଧାନଶିକ୍ଷକ ଶତୃଘ୍ନ ସାହୁ, ପ୍ରମୋଦ ଜେନା, ପ୍ରଶାନ୍ତ ଜେନା, ଶ୍ରୀକାନ୍ତ ରାଉତ, ଭାଗିରଥି ଦାସ, ଶିକ୍ଷୟତ୍ରୀ ରୁପା ମୈକାପ, ସସ୍ମୀତା ଦାସ, ସାବିତ୍ରୀ ରାଉତ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ସେହିପରି ନନ୍ଦିପଦାରେ ୨୨୦, କପୁଣ୍ଡିରେ ୨୯୭, ବେରୁଣପଦିରେ ୨୩୬, ଇଞ୍ଚୋଳରେ ୨୮୭ଜଣଙ୍କୁ ଟୀକା ପ୍ରଦାନ କରାଯାିଥିବା ବିପିଏମ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.