Home Top News ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନୀ ହିଂସା ଅତୀତର ଦେଶ ବିଭାଜନ କଥାକୁ ମନେ ପକେଇ ଦେଉଛି: ରଶ୍ମିମୟୀ...

ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନୀ ହିଂସା ଅତୀତର ଦେଶ ବିଭାଜନ କଥାକୁ ମନେ ପକେଇ ଦେଉଛି: ରଶ୍ମିମୟୀ ପଟ୍ଟନାୟକ

30

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ ଦୁଇ ଦିନ ଧରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ପଶ୍ଚିମବଙ୍ଗରେ ହିଂସା ପ୍ରତିବାଦରେ ୫ ତାରିଖ ଦିନ ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରିଥିଲା ଉପବାସ ପ୍ରତିବାଦ। ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ବେଟି ପଢ଼ାଓ, ବେଟି ବଚାଓ ଅଭିଯାନର ରାଜ୍ୟ ସଂଯୋଜିକା ରଶ୍ମିମୟୀ ପଟ୍ଟନାୟକ କହିଛନ୍ତି, ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନୀ ରକ୍ତପାତ ଅତୀତର ଦେଶ ବିଭାଜନ କଥାକୁ ମନେ ପକେଇ ଦେଉଛି। ରାଜନୀତିରେ ହିଂସାର ସ୍ଥାନ ନାହିଁ। ଆଶ୍ଚର୍ଯ୍ୟ ଲାଗୁଛି ଯେ ମମତା ବାନାର୍ଜୀ ଜଣେ ମହିଳା ହୋଇ ସେ ପୁଣି ଏତେ କ୍ରୁର? ଆକ୍ରୋଶମୂଳକ ଭାବରେ ପ୍ରତିଶୋଧ ନେବା, ସେ ବି ସାଧାରଣ ନିରୀହ ଜନତାଙ୍କ ଉପରେ କସ୍ମିନକାଳେ କ୍ଷମଣୀୟ ନୁହେଁ। ଜଣେ ମହିଳା ଭାବେ ମମତା ବାନାର୍ଜୀଙ୍କୁ ଘୋର ନିନ୍ଦା କରିବା ସହିତ ଚେତାଇ ଦେଉଛି ଯେ ଗର୍ବ କାହାର ରହିନି। ଅତ୍ୟଧିକ ଯବନ ପ୍ରେମ ଆଗାମୀ ଦିନରେ ଭାରି ପଡ଼ିବ। ଅନ୍ଧାର ପରେ ଆଲୁଅ ନିଶ୍ଚେ ଆସେ। ଏବେ ତ’ ଭୋର ହେଇଗଲାଣି ସୂର୍ଯ୍ୟ ଉଇଁବାକୁ ଆଉ କେତେ ଡେରି?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.