Home Top News ରାଜ୍ୟରେ ବଢ଼ୁଥିବା କୋଭିଡ -୧୯ ସଂକ୍ରମଣକୁ ଦେଖି କେରଳରେ ମେ ୮ ରୁ ମେ ୧୬...

ରାଜ୍ୟରେ ବଢ଼ୁଥିବା କୋଭିଡ -୧୯ ସଂକ୍ରମଣକୁ ଦେଖି କେରଳରେ ମେ ୮ ରୁ ମେ ୧୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

15

ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ରାଜ୍ୟରେ ବଢ଼ୁଥିବା କୋଭିଡ -୧୯ ମାମଲାକୁ ଦୃଷ୍ଟିରେ ରଖି କେରଳରେ ମେ ୮ ରୁ ମେ ୧୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି। ବୁଧବାର ଦିନ କେରଳରେ ସର୍ବାଧିକ ୪୧, ୦୦୦ ରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଗୁରୁବାର ଦିନ ଟୁଇଟ୍‌ରେ କେରଳ ସିଏମ୍‌ କାର୍ଯ୍ୟାଳୟ କହିଛି, “ସିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ସମଗ୍ର କେରଳ ରାଜ୍ୟରେ ୮ ମଇ ରୁ ୧୬ ମଇ ପର୍ଯ୍ୟନ୍ତ ସକାଳ ୬ ଟାରୁ ଲକ୍‌ଡାଉନ୍‌ହେବ।”

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କେରଳର ପରିସ୍ଥିତିକୁ ଗୁରୁତର ବୋଲି ବର୍ଣ୍ଣନା କରିଛନ୍ତି ଏବଂ କୋଭିଡ ସଂକ୍ରମଣକୁ ରୋକିବା ପାଇଁ କଡା ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଡାକ୍ତରୀ ଛାତ୍ରମାନଙ୍କୁ ଆଣି ରାଜ୍ୟରେ ୱାର୍ଡ ସ୍ତରୀୟ କମିଟି ଏବଂ ଦ୍ରୁତ ପ୍ରତିକ୍ରିୟା ଦଳକୁ ମଜବୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.