Home ଓଡ଼ିଶା ରଶ୍ମିମୟୀ ହେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା

ରଶ୍ମିମୟୀ ହେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା

33

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ ହୋଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତିଙ୍କ ଅନୁମୋଦନ କ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟ ମହିଳା ମୋର୍ଚ୍ଚାର ନୂତନ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଏଥିରେ ରଶ୍ମିମୟୀ ପଟ୍ଟନାୟକ ଉପାଧ୍ୟକ୍ଷା ଭାବରେ ଦାୟିତ୍ୱ ପାଇଛନ୍ତି। ସୂଚନାଯୋଗ୍ୟ ଯେ ଅତୀତରେ ଖୋର୍ଦ୍ଧା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବରେ ଦାୟିତ୍ୱ ତୁଲାଇ ସାରିଥିବା ରଶ୍ମିମୟୀ ଦୀର୍ଘ ଦିନ ହେଲା ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରହି ସାରିଛନ୍ତି। ଏହାସହ ସେ ନୟାଗଡ଼ ଏବଂ କନ୍ଧମାଳ ଆଦି ଜିଲ୍ଲାର ମହିଳା ମୋର୍ଚ୍ଚା ପ୍ରଭାରୀ ଭାବରେ ସୂଚାରୁ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି। ନୂତନ ଦାୟିତ୍ୱ ପାଇବା ପରେ ରଶ୍ମିମୟୀ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।
-/Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.