Home Top News ବାତ୍ୟା ‘ଜୱାଦ’ ପ୍ରଭାବରେ ପୁରୀରେ ଝିପି ଝିପି ବର୍ଷା

ବାତ୍ୟା ‘ଜୱାଦ’ ପ୍ରଭାବରେ ପୁରୀରେ ଝିପି ଝିପି ବର୍ଷା

65

ପୁରୀ ୫-୧୨ (ଓଡ଼ିଆ ପୁଅ) ବାତ୍ୟା ‘ଜୱାଦ’ ପ୍ରଭାବରେ ପୁରୀରେ ଝିପି ଝିପି ବର୍ଷା ଲାଗି ରହିଛି। ଗତକାଲି ରାତିରୁ ଏହି ବର୍ଷା ଲାଗି ରହିଛି। ଫଳରେ ପର୍ଯ୍ୟଟନ ସହର ପୁରୀ ଏବେ ଖାଁ ଖାଁ। ବଡ଼ ଦାଣ୍ଡ, ସି ବିଚ ସମେତ ଶ୍ରୀମନ୍ଦିର ନିକଟରେ ଲୋକ ଗହଳି ବିଲକୁଲ ନାହିଁ। ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି ସୁଚାରୁରୂପେ ଚାଲିଛି। ବାତ୍ୟା ଓ ବର୍ଷାକୁ ନେଇ ଯେଭଳି ମହାପ୍ରଭୁଙ୍କ ନୀତି କାନ୍ତିରେ କୌଣସି ବାଧା ନ ଉପୁଜେ ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରେ ଲାଇଟ ନିରବ ଛିନ୍ନ ରହିବା ପାଇଁ ଡିଜି ସେଟ ବ୍ୟବସ୍ଥା ହୋଇଛି। ସେପଟେ ବାତ୍ୟା ଦୁର୍ବଳ ହୋଇ ଥିବା ହେତୁ ପୁରୀ ବାସୀ ଆସ୍ୱସ୍ଥି ହୋଇଛନ୍ତି। ତେବେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଲୋକମାନେ ଘରୁ ନ ବାହାରିବାକୁ ପ୍ରଶାସନ କହିଛି। ସେହିପରି ପୁରୀ ସହରରେ ଜଳ ବନ୍ଦୀ ସମସ୍ୟା ଯେଭଳି ନ ଉପୁଜେ ସେ ନେଇ ମୋଟର ପମ୍ପର ବ୍ୟବସ୍ଥା ହୋଇଛି। ତେବେ ବାତ୍ୟା ବିପଦ ଟଳି ଥିଲେ ମଧ୍ୟ ପବନ ଆଶଙ୍କା ଥିବାରୁ ଏବଂ ଅତି ବର୍ଷା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି।

ଲଗାଣ ବର୍ଷା ପ୍ରଭାବରେ ଅମଳ ହେବାକୁ ଥିବା ହକ୍ଟର ହେକ୍ଟର ପାଚିଲା ଧାନ ଫସଲ ନଷ୍ଟ ହୋଇଛି। ଚାଷୀମାନେ ଏବେ ଚିନ୍ତାରେ। ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, ଗୋପ ବ୍ଲକରେ ଲଗାଣ ବର୍ଷା ଯୋଗୁ ଧାନ ବିଲରେ ୩ ଫୁଟ ଉଚ୍ଚ ଜଳ ଜମି ରହିଛି। ହଜାର ହଜାର ହେକ୍ଟର ଧାନ ଜମିରେ ବର୍ଷା ଜଳ ଜମି ରହିଛି। ସେପଟେ ଜଓ୍ବଦ ବାତ୍ୟା ଯୋଗୁଁ କୋଣାର୍କ ରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ସୂର୍ଯ୍ୟ ମନ୍ଦିର ରେ ଆଣ୍ଠୁଏ ଉଚ୍ଚରବର୍ଷା ଜଳ ଲହଡି ମାରୁଚି। ଫଳରେ ପର୍ଯ୍ୟଟକ ମାନେ ସୁର୍ଯ୍ୟ ମନ୍ଦିର ଭିତରେ ବୁଲିବା ସମ୍ଭବ ହୋଇ ନ ଥିଲା। ASI ପକ୍ଷରୁ ମୋଟର ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଉଛି। କୋଣାର୍କ NAC ର ୧, ୬, ୭, ୮, ୧୧, ୧୩ ଓ୍ବାଡରେ ଡ୍ରେନେଜ ବ୍ୟବସ୍ଥା ଫେଲ ମାରିଛି। ଖାଲୁଆ ଅଂଚଳରେ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.