Home କୋରାପୁଟ ମାଣ୍ଡିଆ ଗଜା ପାଉଡର ପୁଷ୍ଟିହୀନତା ରୋକିବାରେ ସହାୟକ ହୋଇପାରିବ

ମାଣ୍ଡିଆ ଗଜା ପାଉଡର ପୁଷ୍ଟିହୀନତା ରୋକିବାରେ ସହାୟକ ହୋଇପାରିବ

67

କୋରାପୁଟ ୦୫-୧୨(ଓଡିଆ ପୁଅ/ରଂଜନ ଦାସ)ମାଣ୍ଡିଆକୁ ଭିଜାଇ ଗଜା କରିବା ପରେ ଶୁଖାଇ ପାଉଡର କରିବା ।ଉକ୍ତ ମାଣ୍ଡିଆ ପାଉଡରକୁ ଖାଇଲେ ପୁଷ୍ଟିହୀନତା ରୋକିପାରିବ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର  ଜୈବ ବିବିଧତା ଓ ପ୍ରାକୃତିକ ସଂରକ୍ଷଣ ବିଭାଗର ସହାୟକ ପ୍ରଫେସର ଡ. ଦେବବ୍ରତ ପଣ୍ଡା ପ୍ରକାଶ କରିଛନ୍ତି ।
କୋରାପୁଟ ଜିଲ୍ଲାର ଆଦିମ ଅଧିବାସୀମାନେ ମାଣ୍ଡିଆ ଚାଷ ଉପରେ ପ୍ରାଧାନ୍ୟ ଦେଇଥାନ୍ତି ।କୋରାପୁଟ ଜିଲ୍ଲାରେ ୨୦ରୁ ଅଧିକା କିସମର ମାଣ୍ଡିଆ ଚାଷ କରାଯାଇଥାଏ ବୋଲି ସେ ପ୍ରକାଶ କରିଛନ୍ତି ।ରଙ୍ଗବାଲି ଓ ବାଡୁ କିସମର ମାଣ୍ଡିଆ କମ ଜଳରେ ଚାଷ ହୋଇପାରେ ବୋଲି ପରୀକ୍ଷା କରାଯାଇଥିବା ସେ ସୂଚନା ଦେଇଛନ୍ତି ।କୁରକୁଟି ,ସିଲିଜହ୍ନା ଓ ଦଶରା କିସମର ମାଣ୍ଡିଆ ପରିବର୍ତିତ ଜଳବାୟୁରେ ଅଧିକା ବଢିବାରେ ସକ୍ଷମ ହୋଇଥାଏ ବୋଲି ପରୀକ୍ଷା କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ଭାଡି,ମୁରୁଡା,ତେଲୁଗୁ,ଚିଲି,ଲିମିକା ଓ କାଳିକା ମାଣ୍ଡିଆ ହାଇବ୍ରିଡ ବିହନଠାରୁ ଅଧିକା ଅମଳକ୍ଷମ ଅଟେ ବୋଲି ସେ ସୂଚନା ଦେବା ସହ ଏହା ଜଳବାୟୁ ପରିବର୍ତନରେ ସହାୟକଜ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର ଆଦିମ ଅଧିବାସୀମାନଙ୍କ  ମାଣ୍ଡିଆ ଜାଉ ପାରମ୍ପରିକ ଖାଦ୍ୟ ବୋଲି ସେ ସୂଚନା ଦେଇଛନ୍ତି ।ମାଣ୍ଡିଆକୁ ଗଜା କରିବା ଓ ପରେ ଶୁଖାଇ ପାଉଡର କରିବା ପରେ ଏହାକୁ ଖାଇଲେ ପୁଷ୍ଟି ସୁରକ୍ଷା ଦେବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।ମାଣ୍ଡିଆ ଗଜା ପାଉଡରରେ ପ୍ରଚୁର ପରିମାଣର ଭିଟାମିନ ସି,ଭିଟାମିନ ଇ ,ପୋଟାସିୟମ ଓ ସୋଡିୟମ ମହଜୁଦ ରହିଥିବା ସେ ପ୍ରକାଶ କରିଛନ୍ତି ।ଆଦିବାସୀମାନଙ୍କର ଜୀବନଜୀବିକା ନିମନ୍ତେ ଏହାର ବଜାରୀକରଣ କରିବାକୁ ସେ  ଆଲୋକପାତ କରିଛନ୍ତି ।ପୁଷ୍ଟିକର ଖାଦ୍ୟ ହିଁ କୋଭିଡ ମହାମାରୀର ମୁକାବିଲା କରିପାରିବ ।ଗଜା ମାଣ୍ଡିଆ ପାଉଡରରେ ପ୍ରଚୁର ପରିମାଣର ଭିଟାମିନ ସି ,ଭିଟାମିନ ଇ ,ପୋଟାସିୟମ ଓ ସୋଡିୟମ ରହିଥିବାରୁ ଏହା କୋଭିଡ ମୁକାବିଲା ନିମନ୍ତେ ପୁଷ୍ଟିକର ଖାଦ୍ୟ ଭାବରେ ଗ୍ରହଣ କରିବାକୁ ସେ ଆଲୋକପାତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.