Home ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁରୀ ଗସ୍ତ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁରୀ ଗସ୍ତ

69

ପୁରୀ, ୦୫।୧୨ (ଓଡ଼ିଆ ପୁଅ) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନି ଦିନିଆ ଗସ୍ତରେ ଆସି ଆଜି ପୁରୀସ୍ଥିତ ରାଜ ଭବନରେ ପହଞ୍ଚିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବାତ୍ୟା ଜୱାଦ ପ୍ରଭାବ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ। ଆସନ୍ତାକାଲି ରାଜ୍ୟପାଳ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅସବରରେ ରେଡକ୍ରସ, ସ୍କାଉଟ ଓ ଗାଇଡ ଏବଂ ସେଣ୍ଟ ଜନ୍ସ ଆମ୍ବୁଲାନ୍ସର ସ୍ୱେଚ୍ଛାସେବୀ ମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ବିଭିନ୍ନ ବିପର୍ଯ୍ୟୟ ସମୟରେ ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗ ଓ ସେବାର ରାଜ୍ୟପାଳ ଭୂୟସୀ ପ୍ରଶଂସା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ଅତିରିକ୍ତ ତହସିଲଦାର ଶ୍ରୀ ସୌମ୍ୟ ମିଶ୍ର, ସିଟି ଡିଏସପି ଶ୍ରୀ ଜନାର୍ଦ୍ଦନ ପାଢୀ, ରିଜର୍ଭ ପୁଲିସ ଅଧିକାରୀ ଶ୍ରୀ ଚନ୍ଦ୍ରଶେଖର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୭ ତାରିଖରେ ରାଜ୍ୟପାଳ ଭୁବନେଶ୍ଵର ଫେରିଯିବା ଗସ୍ତସୂଚୀ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.