Home Coronavirus Outbreak ସରକାରଙ୍କ ସ୍ଵାସ୍ଥ୍ୟଗତ ଆବଶ୍ୟକତାକୁ ଆଖି ଆଗରେ ରଖି ରେଳବାଇ ପକ୍ଷରୁ ଅଧିକ ମାସ୍କ ଓ ସାନିଟାଇଜର...

ସରକାରଙ୍କ ସ୍ଵାସ୍ଥ୍ୟଗତ ଆବଶ୍ୟକତାକୁ ଆଖି ଆଗରେ ରଖି ରେଳବାଇ ପକ୍ଷରୁ ଅଧିକ ମାସ୍କ ଓ ସାନିଟାଇଜର ପ୍ରସ୍ତୁତି

144

– ଏପ୍ରିଲ ୧ ସୁଦ୍ଧା ୨, ୮୭, ୭୦୪ଟି ମାସ୍କ ଏବଂ ୨୫, ୮୦୬ ଲିଟର ସାନିଟାଇଜର ଉତ୍ପାଦ କରିଛି ଭାରତୀୟ ରେଳବାଇ
– ସମସ୍ତ ରେଳମଣ୍ଡଳ ଏହି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବାବେଳେ କେନ୍ଦ୍ରୀୟ ଓ ପଶ୍ଚିମ ରେଳମଣ୍ଡଳ ସବୁଠାରୁ ଆଗରେ
– କାର୍ଯ୍ୟରେ ଯୋଗଦେଉଥିବା ସମସ୍ତ ନିୟମିତ କର୍ମଚାରୀ ତଥା ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ମଧ୍ୟ ମାସ୍କ ଓ ହାଣ୍ଡ ସାନିଟାଇଜର ଯୋଗାଇ ଦିଆଯାଉଛି
ନୂଆ ଦିଲ୍ଲୀ ୪-୪ (ଓଡ଼ିଆ ପୁଅ) କୋଭିଡ-୧୯ର ମୁକାବିଲା ନିମନ୍ତେ ସରକାରଙ୍କ ସ୍ଵାସ୍ଥ୍ୟଗତ ଆବଶ୍ୟକତାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରେଳବାଇର ସବୁ ମଣ୍ଡଳ ଉତ୍ପାଦନ ୟୁନିଟ ଓ ସରକାରୀ ଉଦ୍ୟୋଗ ମାସ୍କ ଓ ସାନିଟାଇଜର ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ଏପ୍ରିଲ ପହିଲା ସୁଦ୍ଧା ଭାରତୀୟ ରେଳବାଇ ଓ ଏହାର ଆନୁଷଙ୍ଗିକ ୟୁନିଟ ୨, ୮୭, ୭୦୪ଟି ମାସ୍କ ଏବଂ ୨୫, ୮୦୬ ଲିଟର ସାନିଟାଇଜର ପ୍ରସ୍ତୁତ କରିଛନ୍ତି। ରେଳବାଇର କେନ୍ଦ୍ରୀୟ ମଣ୍ଡଳ ୨୨, ୫୮୦ଟି ମାସ୍କ ଓ ୨, ୬୯୩ ଲିଟର ସାନିଟାଇଜାର ପ୍ରସ୍ତୁତ କରିଥିବା ବେଳେ ପଶ୍ଚିମ ରେଳମଣ୍ଡଳ ୪୬, ୩୧୩ଟି ମାସ୍କ ଓ ୭୦୦ ଲିଟର ସାନିଟାଇଜର ପ୍ରସ୍ତୁତ କରିଛି। ଉତ୍ତର-କେନ୍ଦ୍ରୀୟ ରେଳମଣ୍ଡଳ ୨୬, ୫୬୭ଟି ମାସ୍କ ଓ ୩, ୧୦୦ ଲିଟର ସାନିଟାଇଜର ପ୍ରସ୍ତୁତ କରିଛି। ପୂର୍ବ ରେଳମଣ୍ଡଳ ୧୪, ୮୦୦ଟି ମାସ୍କ ଓ ୨, ୬୨୦ ଲିଟର ସାନିଟାଇଜର ପ୍ରସ୍ତୁତ କରିଛି। ରେଳବାଇ ଦ୍ଵାରା ମାଲ ପରିବହନ ଆହୋରାତ୍ର ଜାରି ରହିଥିବାରୁ ଏହାର ରକ୍ଷଣା ବେକ୍ଷଣା ପରିଚାଳନା କର୍ମଚାରୀ ମଧ୍ୟ ଆହୋରାତ୍ର କାର୍ଯ୍ୟ କରୁଛନ୍ତି। ରେଳ କର୍ମଚାରୀଙ୍କ ନିରାପତ୍ତା ତଥା ସେମାନଙ୍କ ମନୋବଳ ବୃଦ୍ଧି ଲାଗି କର୍ମସ୍ଥଳୀରେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି। କାର୍ଯ୍ୟରେ ଯୋଗଦେଉଥିବା ନିୟମିତ କର୍ମଚାରୀ ଓ ଠିକା ଶ୍ରମିକମାନଙ୍କ ପାଇଁ ମାସ୍କ ଓ ସାନିଟାଇଜର ଉପଲବ୍ଧ କରାଯାଉଛି। କର୍ମସ୍ଥାଳୀରେ ହାତ ଧୋଇବା ପାଇଁ ପାଣି ଓ ସାବୁନର ବ୍ୟବସ୍ଥା କରାଯାଇଛି। ସାମାଜିକ ଦୁରତ୍ଵକୁ ପ୍ରାଧାନ୍ୟ ଦିଆଯାଇ ନିୟମିତ ଭାବେ ଟ୍ରାକମେନ ଓ ବାହାନ ଚାଳକମାନଙ୍କୁ ଏଦିଗରେ ସଚେତନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.