Home ଓଡ଼ିଶା ବିହାର କଂଗ୍ରେସ ମୁଖ୍ୟାଳୟରେ ଆୟକର ଚଢ଼ଉ, ଲକ୍ଷାଧିକ ଟଙ୍କା ମିଳିଥିବା ସୂଚନା

ବିହାର କଂଗ୍ରେସ ମୁଖ୍ୟାଳୟରେ ଆୟକର ଚଢ଼ଉ, ଲକ୍ଷାଧିକ ଟଙ୍କା ମିଳିଥିବା ସୂଚନା

195

ପାଟନା ୨୨-୧୦ (ଓଡ଼ିଆ ପୁଅ) ବିହାରର ପାଟନାରେ କଂଗ୍ରେସ କାର୍ଯ୍ୟାଳୟ ସାଦକତ ଆଶ୍ରମ ଉପରେ ଆୟକର ବିଭାଗ ଚଢ଼ାଉ କରିଥିବା ଖବର ମିଳିଛି। ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ ଆୟକର ବିଭାଗ ଦଳ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ଲକ୍ଷ ଲକ୍ଷ ଟଙ୍କା ଜବତ କରିଛି। ନେତାମାନଙ୍କୁ ଏ ବିଷୟରେ ପଚରାଉଚରା କରାଯାଉଛି।

କୁହାଯାଉଛି ଯେ, ଆୟକର ବିଭାଗର ରାଡାରରେ କଂଗ୍ରେସ ଦଳ ସହ ଜଡିତ ବିହାରର କିଛି ସ୍ଥାନୀୟ ନେତା ଅଛନ୍ତି। ଗତ କିଛି ଦିନ ମଧ୍ୟରେ ଘଟିଥିବା କିଛି ସନ୍ଦେହଜନକ କାରବାର ସଂପର୍କରେ ତାଙ୍କୁ ପଚରାଉଚରା କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.