Home କେନ୍ଦୁଝର ଅସହାୟ ଛାତ୍ର ଜଗନ୍ନାଥର ଅନଲାଇନ ଶିକ୍ଷା ପାଇଁ ମୋବାଇଲ ପ୍ରଦାନ

ଅସହାୟ ଛାତ୍ର ଜଗନ୍ନାଥର ଅନଲାଇନ ଶିକ୍ଷା ପାଇଁ ମୋବାଇଲ ପ୍ରଦାନ

105

ହାଟଡ଼ିହି, ୨୨ / ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମୁଗୁପୁର ଗ୍ରାମର ସ୍ୱର୍ଗତ ବୃନ୍ଦାବନ ସାହୁଙ୍କ ଅସହାୟ ପୁଅ ଜଗନ୍ନାଥର ଅନଲାଇନ ଶିକ୍ଷାଲାଭ ପାଇଁ ସର୍ବ ଫର ପିପୁଲ ପକ୍ଷରୁ ଏକ ମୋବାଇଲ ପ୍ରଦାନ କରାଯାଇଛି । ଗ୍ରାମର ବୃନ୍ଦାବନ ସାହୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାପରେ ତାଙ୍କ ପତ୍ନୀ କଲ୍ୟାଣୀ ସାହୁ ଏବେ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ । ପୁଅ ଜଗନ୍ନାଥ ଭୁବନେଶ୍ୱରର ଏକ କଲେଜରେ ଶିକ୍ଷାଲାଭ କରୁଛି । ସେ ମଧ୍ୟ ଆପ୍ରେଣ୍ଟିସ ସାଇଡ ଯୋଗରେ ପୀଡିତ ଥିବାବେଳେ ପରିବାର ଚଳିବା ପାଇଁ ପାଖରେ କୌଣସି ସମ୍ବଳ ନାହିଁ । ଆର୍ôଥକ ଅଭାବ ଅନାଟନ ମଧ୍ୟରେ ଗତି କରୁଥିବାବେଳେ ବର୍ତ୍ତମାନ ସମୟରେ ଅନଲାଇନ ପାଠ୍ୟକ୍ରମ ପାଇଁ ଜଗନ୍ନାଥ ନିକଟରେ ମୋବାଇଲ ନଥିଲା । ବୃନ୍ଦାବନଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାପାଇଁ ଯାଇଥିବା ସର୍ବଫର ପିପୁଲର ସଦସ୍ୟମାନେ ଏହା ଜାଣିବାପରେ ତାକୁ ମୋବାଇଲ ଟିଏ କିଣି ଦେବାପାଇଁ ପ୍ରତିଶୃତି ଦେଇଥିଲେ । ଆଜି ସର୍ଭଫର ପିପୁଲର ସଦସ୍ୟ ସୌମ୍ୟ ରଞ୍ଜନ ସାମଲ, ଶିବ ଶଙ୍କର ପରିଡା, ରଜତ ମହାକୁଡ, ବିଶ୍ୱନାଥ ରାଉତ, ଦିଗାମ୍ବର ଦାସ ପ୍ରମୁଖ ତାଙ୍କ ଘରେ ପହଞ୍ଚି ଜଗନ୍ନାଥଙ୍କୁୁ ଏକ ଆଣ୍ଡ୍ରୟଡ ମୋବାଇଲ ସେଟ ପ୍ରଦାନ କରିଛନ୍ତି । ସ୍ୱର୍ଗତ ବୃନ୍ଦାବନଙ୍କ ପରିବାର ଲୋକମାନେ ଏକ ଭଙ୍ଗା ଚାଳିଆରେ ବସବାସ କରୁଥିବାରୁ ତୁରନ୍ତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଇ ଘରଟିଏ ଯୋଗାଇ ଦେବାକୁ ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.