Home ଓଡ଼ିଶା କମ୍ପାନୀ ବନ୍ଦ ହେଉଛନ୍ତି- ଚାକିରୀ ଚାଲିଯାଉଛି – ମୋଦୀ ସରକାର ଉତ୍ସବ ମନାଉଛି – ପ୍ରିୟଙ୍କା...

କମ୍ପାନୀ ବନ୍ଦ ହେଉଛନ୍ତି- ଚାକିରୀ ଚାଲିଯାଉଛି – ମୋଦୀ ସରକାର ଉତ୍ସବ ମନାଉଛି – ପ୍ରିୟଙ୍କା ଗାନ୍ଧୀ

804

ନୂଆଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ବର୍ତ୍ତମାନର ଆର୍ଥିକ ମାନ୍ଦାହସ୍ଥା କାରଣରୁ ମୋଦୀ ସରକାରକୁ କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଅର୍ଥବ୍ୟବସ୍ଥାକୁ ନେଇକରି ବିଫଳତା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା।

ପ୍ରିୟଙ୍କା ଟ୍ଵୀଟ କରି ସରକାରଙ୍କର ଆଲୋଚନା କରିଛନ୍ତି। ସେ ନିଜର ଟ୍ଵୀଟରେ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସରକାରଙ୍କର ଅର୍ଥବ୍ୟବସ୍ଥାର ମାନ୍ଦାହସ୍ଥା ଦେଖି ଖୁବ ଆଲୋଚନା କରାଯାଉଛି।

ସେ ଲେକିଛନ୍ତି, ‘ଭାଜପା ସରକାର ଶହେ ଦିନର ଉତ୍ସବ ମନାଇବାକୁ ଯାଉଛି। କିନ୍ତୁ ଅଟୋ ସେକ୍ଟର, ଟ୍ରାନ୍ସପୋର୍ଟ ସେକ୍ଟର, ମାଇନିଙ୍ଗ ସେକ୍ଟରକୁ ସେତେବେଳେ ଏହି ଉତ୍ସବ ବରବାଦୀର ଉତ୍ସବ ପରି ଲାଗିବ। ପ୍ରତ୍ୟେକ ସେକ୍ଟରରେ ଗୋଟିଏ ପରେ ଗୋଟିଏ ପ୍ଲାଣ୍ଟ ବନ୍ଦ ହେବାକୁ ଯାଉଛି ଏବଂ ଚାକିରି ଚାଲିଯିବାର ଖବର ଆସୁଛି।

ସୂଚନାଯୋଗ୍ୟଯେ, କେନ୍ଦ୍ରରେ ଏନଡିଏ ସରକାରର ଦ୍ୱିତୀୟ ପାଳୀର ୧୦୦ ଦିନ ପୂରଣ ହେବାକୁ ଯାଉଛି। ଏଥି ସକାଶେ କେନ୍ଦ୍ରର ଭାଜପା ସରକାର ଉତ୍ସବ ମନାଇବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.