Home ଆନ୍ତର୍ଜାତୀୟ ପାକିସ୍ତାନର ଅସଲୀ ଚେହରା ସାମନାକୁ ଆସିଲା, ରାଷ୍ଟ୍ରପତି କୋବିନ୍ଦ ପାଇଁ ଖୋଲିବ ନାହିଁ ଏୟାରସ୍ପେସ

ପାକିସ୍ତାନର ଅସଲୀ ଚେହରା ସାମନାକୁ ଆସିଲା, ରାଷ୍ଟ୍ରପତି କୋବିନ୍ଦ ପାଇଁ ଖୋଲିବ ନାହିଁ ଏୟାରସ୍ପେସ

1427

ନୂଆ ଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ଭାରତ ସରକାର ଯେତେବେଳେ ଅନୁଚ୍ଛେଦ ୩୭୦ କୁ ଉଚ୍ଛେଦ କଲେ ତା’ପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ବାଉଳା ହେଉଛି। ଅବଶ୍ୟ ଚତୁର୍ଦୀଗରୁ ପାକିସ୍ତାନକୁ ଝଟକା ମିଳିଛି। ଏହା ପରେ ଭାରତ ସହିତ ସସର୍ତ୍ତ କଥାବାର୍ତ୍ତା କରିବା ପାଇଁ ରାଜି ମଧ୍ୟ ହୋଇଛି। ଭାରତ ସହିତ ସମ୍ବନ୍ଧ ସୁଧାରିବାର ନାଟକ କରୁଥିବା ପାକିସ୍ତାନର ଅସଲ ଚେହରା ବହୁତ କମ ସମୟରେ ହିଁ ସମସ୍ତଙ୍କର ସାମନାକୁ ଆସିଯାଇଛି।

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ତିନୋଟି ଦେଶକୁ ଗସ୍ତ କରିବେ। ରାଷ୍ଟ୍ରପତି ଆଇସଲ୍ୟାଣ୍ଡଡ, ସ୍ଵିଟଜରଲ୍ୟାଣ୍ଡ ଏବଂ ସ୍ଲୋଭେନିୟାର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ପାକିସ୍ତାନ ଭାରତର ରାଷ୍ଟ୍ରପତିଙ୍କ ପାଇଁ ଏୟାରସ୍ପେସ ଖୋଲିବାକୁ ମନା କରି ଦେଇଛି।

ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୂଦ କୁରୈଶୀ ସରକାରୀ ଚ୍ୟାନେଲ୍ ପିଟିଭି କୁ ଦେଇଥିବା ନିଜର ଇଣ୍ଟରଭ୍ୟୁରେ କହିଛନ୍ତି,’ଭାରତର ସରକାର ପାକିସ୍ତାନରେ ଏୟାରସ୍ପେସର ବ୍ୟବହାର କରିବା ପାଇଁ ଅନୁମତି ମାଗିଥିଲେ, ଏହା ବାରତର ରାଷ୍ଟ୍ରପତିଙ୍କର ବିଦେଶ ଗସ୍ତ ସମ୍ପର୍କୀତ ଥିଲା, ବର୍ତ୍ତମାନର ଅବସ୍ଥାକୁ ଦେଖି ପାକିସ୍ତାନ ଭାରତକୁ ନିଜର ଏୟାରସ୍ପେସର ବ୍ୟବହାର କରିବା ପାଇଁ ଅନୁମତି ଦେଇପାରିବ ନାହିଁ।’

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.