Home ଓଡ଼ିଶା ପଶ୍ଚିମ ବଙ୍ଗରେ ଲାଗୁ ହେବାକୁ ଦେବେ ନାହିଁ NRC – ମମତା : ବିଧାନସଭାରେ ପ୍ରସ୍ତାବ...

ପଶ୍ଚିମ ବଙ୍ଗରେ ଲାଗୁ ହେବାକୁ ଦେବେ ନାହିଁ NRC – ମମତା : ବିଧାନସଭାରେ ପ୍ରସ୍ତାବ ପାରିତ

963

କୋଲକାତା ୭-୯ (ଓଡ଼ିଆ ପୁଅ) ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାରଦିନ କହିଲେ କି ରାଜ୍ୟର ତୃଣମୂଲ କଂଗ୍ରେସ ସରକାର ପ୍ରଦେଶରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀ (NRC) ଲାଗୁ କରିବାକୁ ଅନୁମତି ଦେବ ନାହିଁ। ମମତା ବିଧାନସଭାରେ କହିଲେ କି ଏନଆରସିର କାର୍ଯାନ୍ଵୟନ କିଛି ନାହିଁ, କିନ୍ତୁ ବିଜେପି ଏବଂ କେନ୍ଦ୍ର ସରକାରଙ୍କର ରାଜନୀତିକ ପ୍ରତିଶୋଧ ଅଟେ। ଅାସାମରେ ଏନଆରସିର ଆଲୋଚନା କରି ବିଧାନସଭାରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଛି।

ଶାସକ ତୃଣମୂଲ କଂଗ୍ରେସ (TMC) ଏବଂ ବିପକ୍ଷ ଦଳ କଂଗ୍ରେସ (Congress) ତରଫରୁ ଆଗତ ସଂଯୁକ୍ତ ପ୍ରସ୍ତାବ ପଶ୍ଚିମ ବଙ୍ଗ ବିଧାନସଭାରେ ଧ୍ଵନିମତରେ ପାରିତ ହୋଇଯାଇଛି।

ବିଧାନସଭାରେ ନିୟମ ୧୮୫ ଅନୁଯାୟୀ ଏନଆରସି (NRC) ଉପରେ ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା ସମୟରେ ମମତା କହିଲେ, ‘ଆମେ ବିଜେପିକୁ ରାଷ୍ଟ୍ରୀୟ ନାଗରିକ ପଞ୍ଜୀର କାର୍ଯାନ୍ଵୟନ ପଶ୍ଚିମ ବଙ୍ଗରେ କରିବାକୁ ଦେବୁନାହିଁ।’ ସେ କହିଲେ କି ଏହା କିଛି ନୁହେଁ କେବଳ ଦେଶରେ ଜାରୀ ଆର୍ଥିକ ସଂକଟ ଉପରେ ଲୋକମାନଙ୍କର ଧ୍ୟାନ ହଟାଇବାପାଇଁ ଏକ ପ୍ରୟାସ।

ଉଲ୍ଲେଖନୀୟ କି ଆସାମ ଦେଶର ଏକମାତ୍ର ଏମିତି ରାଜ୍ୟ ଅଟେ, ଯେଉଁଠାରେ ଏନଆରସି କୁ ଲାଗୁ କରାଯାଇଛି। ଏନଆରସିର ଅନ୍ତିମ ସୂଚୀର ପ୍ରକାଶନ ୩୧ ଅଗଷ୍ଟରେ କରାଯାଇଥିଲା। ସିଏମ ମମତା ବାନାର୍ଜୀ କହିଲେ କି ଦେଶରେ ବିଜେପି ବିରୁଦ୍ଧରେ କହିବା ପାଇଁ କୌଣସି ବ୍ୟକ୍ତି ନାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.