Home ଓଡ଼ିଶା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅଗ୍ରଗତି – ଯୋଜନା ଅଧୀନରେ ପ୍ରାୟ ୪୨ କୋଟି...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅଗ୍ରଗତି – ଯୋଜନା ଅଧୀନରେ ପ୍ରାୟ ୪୨ କୋଟି ଗରିବ ଲୋକ ପାଇଛନ୍ତି ୫୩, ୨୪୮ କୋଟି ଟଙ୍କାର ଆର୍ଥିକ ସହାୟତା

733

ନୂଆ ଦିଲ୍ଲୀ ୪-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ୧.୭୦ ଲକ୍ଷ କୋଟି ଟଙ୍କା ମଧ୍ୟରୁ ସରକାର ମାଗଣା ଖାଦ୍ୟ ଶସ୍ୟ, ମହିଳା, ଗରିବ, ବରିଷ୍ଠ ନାଗରିକ ଏବଂ କୃଷକଙ୍କୁ ନଗଦ ଅର୍ଥ ପ୍ରଦାନ କରିବା ଲାଗି ଘୋଷଣା କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଏହି ପ୍ୟାକେଜର ଦ୍ରୁତ କାର୍ଯ୍ୟକାରିତା ନେଇ ନିୟମିତ ସମୀକ୍ଷା କରାଯାଉଛି। ପ୍ରାୟ ୪୨ କୋଟି ଗରିବ ଜନସାଧାରଣ ଏହି ଯୋଜନା ଅଧୀନରେ ୫୩, ୨୪୮ କୋଟି ଟଙ୍କା ଆର୍ଥିକ ସାହାଯ୍ୟ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମଜିକେପି) ଯୋଜନାର ବିଭିନ୍ନ ପ୍ରଭାଗରେ ହୋଇଥିବା ପ୍ରଗତି ସମ୍ପର୍କରେ ତଥ୍ୟ ନିମ୍ନରେ ଦିଆଯାଇଛି –

– ପ୍ରଧାନମନ୍ତ୍ରୀ କିସାନ ଯୋଜନାର ପ୍ରଥମ କିସ୍ତି ବାବଦ ୮.୧୯ କୋଟି ହିତାଧିକାରୀଙ୍କୁ ୧୬, ୩୯୪ କୋଟି ଟଙ୍କା ପ୍ରଦାନ

– ୨୦.୦୫ କୋଟି (୯୮.୩୩%)ମହିଳା ଜନଧନ ଖାତାଧାରକଙ୍କ ଜମା ଖାତାରେ ପ୍ରଥମ କିସ୍ତି ବାବଦକୁ ୧୦, ୦୨୯ କୋଟି ଟଙ୍କା ପଇଠ ହୋଇଛି। ପ୍ରଧାନମନ୍ତ୍ରୀ ମହିଳା ଜନଧନ ଯୋଜନା ଖାତାଧାରକଙ୍କ ଆକାଉଣ୍ଟରୁ ଉଠାଯାଇଛି ୮.୭୨ କୋଟି ଟଙ୍କା (୪୪%)। ଦ୍ଵିତୀୟ କିସ୍ତି ବାବଦକୁ ୨୦.୬୨ କୋଟି (୧୦୦%)ହିତାଧିକାରୀଙ୍କ ଖାତାରେ ପଇଠ ହୋଇଛି ୧୦, ୩୧୫ କୋଟି ଟଙ୍କା। ତେବେ ଦ୍ଵିତୀୟ କିସ୍ତିର ଏହି ଅର୍ଥରୁ ଶତକଡା ୪୭ ଭାଗ ହିତାଧିକାରୀ ୯.୭ କୋଟି (୪୭%)ଟଙ୍କା ଉଠାଇଛନ୍ତି।

– ୨.୮୧ କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଦୁଇଟି କିସ୍ତିରେ ୨୮୧୪.୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

– ୨.୩ କୋଟି କୋଠାବାଡି ଓ ନିର୍ମାଣ ଶ୍ରମିକଙ୍କୁ ୪୩୧୨.୮୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

– ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏପ୍ରିଲ ମାସ ପାଇଁ ୧୦୧ ଲକ୍ଷ ଟନ ଖାଦ୍ୟ ଶସ୍ୟ ଉଠାଇଛନ୍ତି। ଏପ୍ରିଲ ମାସରେ ଏହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୩୬.୯୩ ଲକ୍ଷ ଟନ ଖାଦ୍ୟ ଶସ୍ୟ ୭୩.୮୬ କୋଟି ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି। ମେ’ ମାସରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୩୫.୮୫ କୋଟି ହିତାଧିକାରୀଙ୍କୁ ୩୨.୯୨ ଲକ୍ଷ ଟନ ଖାଦ୍ୟ ଶସ୍ୟ ବାଣ୍ଟିଛନ୍ତି। ଚଳିତ ମାସରେ ଏପର୍ଯ୍ୟନ୍ତ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୭.୧୬ କୋଟି ହିତାଧିକାରୀଙ୍କୁ ୩.୮୫ ଲକ୍ଷ ଟନ ଖାଦ୍ୟ ଶସ୍ୟ ବଣ୍ଟନ କରିଛନ୍ତି। ଏହାଛଡା ୫.୦୬ ଡାଲି ଜାତୀୟ ଶସ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି। ଏପର୍ଯ୍ୟନ୍ତ ୧୯.୪ କୋଟି ହିତାଧିକାରୀଙ୍କ ପରିବାରଙ୍କ ମଧ୍ୟରୁ ୧୭.୯ କୋଟି ହିତାଧିକାରୀ ପରିବାରକୁ ୧.୯୧ ଲକ୍ଷ ଟନ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି।

– ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ ୯.୨୫ କୋଟି ସିଲିଣ୍ଡର ଏପର୍ଯ୍ୟନ୍ତ ବୁକ ହୋଇଥିବା ବେଳେ ହିତାଧିକାରୀମାନଙ୍କୁ ୮.୫୮ କୋଟି ସିଲିଣ୍ଡର ମାଗଣା ବିତରଣ କରାଯାଇଛି।

– ଇପିଏଫଓର ୧୬.୧ ଲକ୍ଷ ସଦସ୍ୟ ଫେରସ୍ତ କରିବାକୁ ପଡୁନଥିବା ୪୭୨୫ କୋଟି ଟଙ୍କାର ଅନଲାଇନ ଅର୍ଥ ଉଠାଣ କରିଛନ୍ତି।

– ବର୍ଦ୍ଧିତ ମୂଲ୍ୟ ସମ୍ପର୍କରେ ୦୧.୦୪.୨୦୨୦ରେ ବିଜ୍ଞପ୍ତି କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୪୮.୧୩ କୋଟି ଶ୍ରମଦିବସ ସୃଷ୍ଟି କରାଯାଇଛି। ୨୮୭୨୯ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ସେମାନଙ୍କ ବକେୟା ପଇଠ ନିମନ୍ତେ ପ୍ରଦାନ କରାଯାଇଛି।

– ୫୯.୨୩ ଲକ୍ଷ କର୍ମଚାରୀଙ୍କ ୨୪% ଦେୟ ବାବଦକୁ ୮୯୫.୦୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ

୦୨.୦୬.୨୦୨୦ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି)

Scheme Number of Beneficiaries Amount
Support to PMJDY women account holders 1st Ins – 20.05 Cr(98.3%)
2nd Ins –20.63 Cr 1st Ins – 10029 Cr
2nd Ins – 10315 Cr
Support to NSAP (Aged widows, Divyang, Senior citizen) 2.81 Cr (100%) 1st Ins – 1407 Cr
2nd Ins – 1407 Cr
Front-loaded payments to farmers under PM-KISAN 8.19 Cr 16394 Cr
Support to Building & Other Construction workers 2.3 Cr 4313 Cr
24% contribution to EPFO .59 Cr 895 Cr
Ujjwala 1st Ins – 7.48
2nd Ins – 4.48 8488 Cr
TOTAL 42Cr 53248 Cr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.