Home ଓଡ଼ିଶା ଆମଦାନିକାରୀଙ୍କ ଦ୍ଵାରା ଏନ-୯୫ ମାସ୍କର ମୂଲ୍ୟ ହ୍ରାସ – ମାସ୍କର ଉତ୍ପାଦନକାରୀ ଓ ଯୋଗାଣକାରୀଙ୍କ ଉଦ୍ଦେଶ୍ୟରେ...

ଆମଦାନିକାରୀଙ୍କ ଦ୍ଵାରା ଏନ-୯୫ ମାସ୍କର ମୂଲ୍ୟ ହ୍ରାସ – ମାସ୍କର ଉତ୍ପାଦନକାରୀ ଓ ଯୋଗାଣକାରୀଙ୍କ ଉଦ୍ଦେଶ୍ୟରେ ଏନପିପିଏ ଦ୍ଵାରା ଜାରି ମାର୍ଗଦର୍ଶିକା ଯୋଗୁଁ ଏହା ସମ୍ଭବ

253

ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଜରିଆରେ ଏନ-୯୫ ମାସ୍କକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ସେ ଦୃଷ୍ଟିରୁ ଏହାର ବେଆଇନ ମହଜୁଦ ଓ କଳାବଜାରୀ ଆଇନ ଦ୍ଵାରା ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚିତ ହୋଇଥାଏ। ଏହାର ବେଆଇନ ମହଜୁଦ ଓ କଳାବଜାରୀ ରୋକିବା ପାଇଁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ବଳରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିରାପଦ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ଗ୍ଲୋବ୍ସର ଯୋଗାଣ ଯେପରି ସେଥିରେ ମୁଦ୍ରିତ ପାଇକାରୀ ଦରରୁ ଅଧିକ ନହୁଏ ସେଥିପାଇଁ ଗତ ମାର୍ଚ୍ଚ ୧୩ରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଦେଶରେ ଏନ-୯୫ ମାସ୍କର ଅଧିକ ମୂଲ୍ୟରେ ବିକ୍ରି, ବେଆଇନ ମହଜୁଦ ଓ କଳାବଜାରୀ ସଂକ୍ରାନ୍ତରେ ଅଭିଯୋଗମାନ ହସ୍ତଗତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏନପିପିଏ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକ ଓ ପ୍ରଶାସକମାନଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ କେତେକ ସ୍ଥାନରେ ଚଢାଉ କରାଯାଇ ବେଆଇନ ମହଜୁଦକାରୀ ଓ କଳାବଜାରୀରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନ-୯୫ ମାସ୍କର ସରକାରୀ ଦର ସେଥିରେ ମୁଦ୍ରଣ କରିବା ପାଇଁ ବମ୍ବେ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ମଧ୍ୟ ଦାଏର ହୋଇଛି। ଦେଶରେ ଏନ-୯୫ ମାସ୍କର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ଅହରହ ଉଦ୍ୟମ କରୁଛନ୍ତି। ସେ ଦୃଷ୍ଟିରୁ ସରକାର ରପ୍ତାନିକାରୀ, ଉତ୍ପାଦନକାରୀ ଓ ବିତରକମାନଙ୍କ ପାଖରୁ ବ୍ୟବସାୟିକ ଦରରେ ସିଧାସଳଖ କିଣୁଛନ୍ତି। ଏନ-୯୫ ମାସ୍କର ମୂଲ୍ୟହ୍ରାସ ପାଇଁ ଏନପିପିଏ ହସ୍ତକ୍ଷେପ କରିବା ଫଳରେ ଦେଶରେ ଏହା ସୂଲଭ ମୂଲ୍ୟରେ ଉପଲବ୍ଧ ହେଉଛି। ଗତ ୨୧ତାରିଖ ଦିନ ଏନପିପିଏ, ଉତ୍ପାଦନକାରୀ, ରପ୍ତାନିକାରୀ ଓ ବିତରକମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରି ଏହାକୁ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହାଛଡା ଏନପିପିଏ ବମ୍ବେ ହାଇକୋର୍ଟରେ ଏନ-୯୫ ମାସ୍କର ଚାହିଦା ଓ ଯୋଗାଣ ମଧ୍ୟରେ ଏକ ସମନ୍ଵୟ ରକ୍ଷା କରିବା ପାଇଁ ବିତରକ, ଉତ୍ପାଦନକାରୀ ଓ ରପ୍ତାନିକାରୀଙ୍କୁ ପରାମର୍ଶ ଦେବା ସହ ସ୍ଵେଚ୍ଛାକୃତ ଭାବେ ଦର ହ୍ରାସ କରିବା ପାଇଁ ପରାମର୍ଶ ଦେଇଥିବା ଜଣାଇଛି। ଦୈନିକ ଟାଇମ୍ସ ଅଫ ଇଣ୍ଡିଆ ଖବର କାଗଜରେ ଏନପିପିଏର ଧାର୍ଯ୍ୟ ମୂଲ୍ୟ ମାସ୍କ କିଣୁଥିବା ମୂଲ୍ୟର ୩ଗୁଣ ଅଧିକ ଖବରକୁ ଏନପିପିଏ ଅଗ୍ରାହ୍ୟ କରିଛି। ସରକାରଙ୍କ କ୍ରୟ ମୂଲ୍ୟ ସମ୍ପର୍କରେ ଯେଉଁ ଖବର ପ୍ରକାଶିତ ହୋଇଛି ତାହା କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଏନପିପିଏ କହିଛି।

ପ୍ରମୁଖ ଏନ-୯୫ ମାସ୍କ ଉତ୍ପାଦନକାରୀ ଓ ରପ୍ତାନିକାରୀଙ୍କୁ ମାର୍ଗଦର୍ଶିକା ଜାରି ପରେ ଏହାର ମୂଲ୍ୟ ଶତକଡା ୪୭ ଭାଗ ହ୍ରାସ ପାଇବା ସହ ଦେଶରେ ଏହା ସୁଲଭ ମୂଲ୍ୟରେ ମିଳିପାରୁଛି। ଜନସ୍ଵାର୍ଥ ଦୃଷ୍ଟିରୁ ଅନ୍ୟାନ୍ୟ ଉତ୍ପାଦନକାରୀ ଓ ରପ୍ତାନିକାରୀମାନେ ସରକାରଙ୍କ ପରାମର୍ଶ ମାନି ଏହାର ମୂଲ୍ୟ ହ୍ରାସ କରିବେ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.