Home ଓଡ଼ିଶା କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା – ୧ – ଆରୋଗ୍ୟଲାଭ ହାର ୪୧.୫୭%କୁ ବୃଦ୍ଧି

କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା – ୧ – ଆରୋଗ୍ୟଲାଭ ହାର ୪୧.୫୭%କୁ ବୃଦ୍ଧି

428

ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ଭାରତ ସରକାର କୋଭିଡ-୧୯ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ମିଶି ଅନେକ ପଦକ୍ଷେପ ନେଉଛନ୍ତି। ଏଗୁଡିକ ନିୟମିତ ଭାବରେ ସର୍ବୋଚ୍ଚ ସ୍ତରରେ ସମୀକ୍ଷା ଏବଂ ତଦାରଖ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ମୋଟ ୫୭, ୭୨୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୩୨୮୦ ରୋଗୀ ସୁସ୍ଥ ହୋଇଛନ୍ତି। ମୋଟ ଆରୋଗ୍ୟ ହାର ୪୧.୫୭%ରେ ପହଞ୍ଚିଛି। ଏବେସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧, ୩୮, ୮୪୫ରେ ପହଞ୍ଚିଥିବା ବେଳେ ଡାକ୍ତରଖାନାରେ ୭୭, ୧୦୩ ଜଣ ଚିକିତ୍ସାଧୀନ ଅଛନ୍ତି।

କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ [email protected] ଏବଂ [email protected] ଏବଂ @CovidIndiaSeva କୁ ପଠାଇ ପାରିବେ।

କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।

https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.