Home ଅପରାଧ ଭଦ୍ରକ ଯୁବତୀ ଆତ୍ମହତ୍ୟା ଘଟଣା: ଆଉ ଦୁଇ ଅଭିଯୁକ୍ତ ଗିରଫ; କୃତଜ୍ଞତା ଜଣାଇଲା ମହିଳା ମୋର୍ଚ୍ଚା...

ଭଦ୍ରକ ଯୁବତୀ ଆତ୍ମହତ୍ୟା ଘଟଣା: ଆଉ ଦୁଇ ଅଭିଯୁକ୍ତ ଗିରଫ; କୃତଜ୍ଞତା ଜଣାଇଲା ମହିଳା ମୋର୍ଚ୍ଚା – ଧଳା ଜହର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ..

54

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଯୁବତୀ ଆତ୍ମହତ୍ୟା ଘଟଣାରେ ବିଜେପି ମହିଳା ମୋର୍ଚ୍ଚା ଦାବୀ ପୂରଣ ହୋଇଛି। ପୋଲିସ୍ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ବାପା ଶେଖ ମୁସ୍ତାକିନ୍ ଗିରଫ ହୋଇଥିବା ବେଳେ ଏବେ ଦୁଇ ପୁଅ ଶେଖ ସମୀର ଓ ଶେଖ ହୁନାଙ୍କୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଏହି ଘଟଣାକୁ ଗୁରୁତର ସହ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର ଏବଂ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସହିତ ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମ୍ ଭଦ୍ରକ ଗସ୍ତରେ ଆସି ଜିଲ୍ଲା ମହିଳା ମୋର୍ଚ୍ଚା ଟିମ୍ ସହିତ ପୀଡ଼ିତ ପରିବାରଙ୍କ ଘରକୁ ଯାଇ ଘଟଣା ସଂପର୍କରେ ସବିଶେଷ ପଚାରି ବୁଝିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲା। ଏହାପରେ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ଭିତରେ ଗିରଫ କରାନଗଲେ ଆନ୍ଦୋଳନ ତୀବ୍ର ହେବ, ରାଜରାସ୍ତାରେ ନିଆଁ ଜଳିବ ବୋଲି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ଚେତାବନୀ ଦେଇଥିଲେ। ମହିଳା ମୋର୍ଚ୍ଚାର ଚେତାବନୀକୁ ଗୁରୁତର ସହ ନେଇ ପୂର୍ବରୁ ବାପା ଶେଖ ମୁସ୍ତାକିନ୍ ଗିରଫ ହୋଇଥିବା ବେଳେ ଏବେ ଦୁଇ ପୁଅ ଶେଖ ସମୀର ଓ ଶେଖ ହୁନାଙ୍କୁ ପୋଲିସ ଗିରଫ କରିଛି। ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପୋଲିସ୍ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂହ ମିନାଙ୍କୁ କୃତଜ୍ଞତା ଜଣାଇଛନ୍ତି ହରପ୍ରିୟା ସାହୁ। ତେବେ, ପୋଲିସ୍ ଅଭିଯୁକ୍ତ ମାନଙ୍କ ବିରୋଧରେ କେଉଁ ସବୁ ଦଫା ଲଗାଇଛି ତାହା ଆମେ ଅନୁଧ୍ୟାନ କଲା ପରେ ଏନେଇ ସବିଶେଷ ଭାବରେ କିଛି କହିପାରିବୁ ବୋଲି ହରପ୍ରିୟା ସାହୁ କହିଛନ୍ତି। ଏହାସହ ମହିଳା ମୋର୍ଚ୍ଚା ପକ୍ଷରୁ ଆରମ୍ଭ କରାଯାଇଥିବା “ଧଳା ଜହର ବିରୋଧୀ ଅଭିଯାନ”କୁ ମଧ୍ୟ ଗୁରୁତର ସହ ନେଇ ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ଧଳା ଜହର ମୁକ୍ତ କରିବା ଦିଗରେ ପୋଲିସ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ହରପ୍ରିୟା ସାହୁ ଦାବୀ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଲିପିକା ବାରିକ, ଉପାଧ୍ୟକ୍ଷା ଉଷା ପାଢ଼ୀ ଏବଂ ସମ୍ପାଦିକା ଚୈତାଳୀ ଖିଲାର ପ୍ରମୂଖ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.