Home କେନ୍ଦୁଝର ଅପହରଣ ଅଭିଯୋଗ କରିବାରୁ ମରଣାନ୍ତକ ଆକ୍ରମଣ

ଅପହରଣ ଅଭିଯୋଗ କରିବାରୁ ମରଣାନ୍ତକ ଆକ୍ରମଣ

47

ହାଟଡ଼ିହି,୧୭ /୮/ : ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ବାହାରିପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ମଦନ ମୋହନ ସାହୁଙ୍କ ନାଁବାଳିକା ନାତୁଣୀକୁ ଗାଁର ଜଣେ ଯୁବକ ଅପହରଣ କରିନେଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଆଜି ଭୋର ସମୟରେ ମଦନ ପରିଶ୍ରା କରିବାକୁ ଉଠିଥିବାବେଳେ ଗାଁର କିଛି ଯୁବକ ଆକ୍ରମଣ କରି ଲହୁ ଲୁହାଣ କରିପକାଇଥିଲେ । ତାଙ୍କ ପାଟିଶୁଣି ଲୋକମାନେ ଆସିବାରୁ ଆକ୍ରମଣକାରୀ ଯୁବକମାନେ ଦୌଡି ପଳାଇଥିଲେ । ସେମାନଙ୍କ ମଧ୍ୟରୁ ଟିକିନା ଯେନା ଓ ତପନ ଯେନା ନାମକ ଦୁଇଜଣ ଯୁବକଙ୍କୁ ସେ ଚିହ୍ନିଥିବା ପ୍ରକାଶ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.