Home କେନ୍ଦୁଝର ପୁଅ ର ଜୁଲୁମ୍ ସହିନପାରି ଥାନାର ଦ୍ବାରସ୍ତ ହେଲେ ବୃଦ୍ଧ ଭିନ୍ନକ୍ଷମ ବାପା ଓ ମା 

ପୁଅ ର ଜୁଲୁମ୍ ସହିନପାରି ଥାନାର ଦ୍ବାରସ୍ତ ହେଲେ ବୃଦ୍ଧ ଭିନ୍ନକ୍ଷମ ବାପା ଓ ମା 

77

ହାଟଡ଼ିହି,୧୭ /୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ)  ପୁଅ ମଦ ପିଇବା ପରେ ହିତାହିତ ଜ୍ଞାନ ହରାଇ ବସୁଛି । କଥା କଥା କେ ନିଜ  ବୃଦ୍ଧା  ମା’ ଓ ଭିନ୍ନକ୍ଷମ ବାପ କୁ ମାଡ ମାରୁଛି । ଏପରିକି ଅନେକ ସମୟରେ ଖାଇବା କୁ ଗଣ୍ଡିଏ ଦେଉନାହିଁ । ଏଭଳି ଅଭିଯୋଗ ନେଇ ଆଜି ଆନନ୍ଦପୁର ଥାନା ଡଙ୍କିଆ ଗାଁ ର ବୃଦ୍ଧ ଦମ୍ପତି ନିତ୍ୟାନନ୍ଦ ପାତ୍ର ଓ ସ୍ତ୍ରୀ ଜୁଳ ପାତ୍ର  ଥାନା ଦୁଆରେ ଥାନା ବାବୁ ଙ୍କୁ ଭେଟିବାକୁ ଅପେକ୍ଷା କରିଥିବା ଦୃଷ୍ୟ ବେସ୍ ହୃଦୟ ବିଦାରକ ରହିଥିଲା । ନିଜ ପେଟକୁ କାଟି ଖୁଆଇ ପିଆଇ ଏତେବଡ କଲାପରେ ପରିଣତ ବୟସରେ ପୁଅ ର ମା ବାପା ଙ୍କ ପ୍ରତି ଏଭଳି ଆଚରଣ କୁ ନେଇ କୋହ ଭରା କଣ୍ଠରେ ଅଭିଯୋଗ କରିଛନ୍ତି ଏହି ବୃଦ୍ଧ ଦମ୍ପତି । ଆନନ୍ଦପୁର ଥାନା ଅଧିକାରୀ  ଏନେଇ ତୁରନ୍ତ କାର‌୍ୟ୍ୟାନୁଷ୍ଠାନର ପ୍ରତିସୃତି ଦେଇଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.