Home ଓଡ଼ିଶା ନିର୍ଭୟା ମାମଲା – ଆସନ୍ତା କାଲି ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ ? ପବନର ଆଜି...

ନିର୍ଭୟା ମାମଲା – ଆସନ୍ତା କାଲି ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ ? ପବନର ଆଜି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଜକ୍ଷମା ମଧ୍ୟ ଆବେଦନ ଖାରଜ

313

ନୂଆଦିଲ୍ଲୀ ୦୨/୦୩ (ଓଡ଼ିଆ ପୁଅ) : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ଆଜି ସୁପ୍ରୀମ କୋର୍ଟ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଥିଲେ। ତେବେ ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ସକାଳ ୬ଟାର ଫାଶୀ ଦିଆଯିବା ପ୍ରାୟତଃ ସୁନିଶ୍ଚିତ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟଯେ, ପୂର୍ବରୁ ପଟିଆଲା ହାଉସ କୋର୍ଟ ନିର୍ଭୟା ଘଟଣାରେ ସମସ୍ତ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବା ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ। ଏହା ପୂର୍ବରୁ ମଧ୍ୟ ୨ଥର ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇ ସାରିଛି।

ତେବେ ଅନ୍ୟ ୩ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ସରିଥିବା ବେଳେ ଆଜି ପବନର ଉଭୟ କ୍ୟୁରେଟିଭ ପିଟିସନ ସୁପ୍ରୀମ କୋର୍ଟ ଖାରଜ କରିଥିବା ବେଳେ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.