Home ଓଡ଼ିଶା ଶ୍ରମିକଙ୍କୁ ଜୀବନରେ ମାରିଦେବା ଚାନ୍ଦପୁର ଥାନାରେ ଅଭିଯୋଗ ପୋଲିସ୍ ନିସ୍କ୍ରିୟ

ଶ୍ରମିକଙ୍କୁ ଜୀବନରେ ମାରିଦେବା ଚାନ୍ଦପୁର ଥାନାରେ ଅଭିଯୋଗ ପୋଲିସ୍ ନିସ୍କ୍ରିୟ

228

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୩-ସାରା ଦେଶରେ ଦାଦନ ଚାଲାଣକୁ ରୋକିବା ଉଦ୍ଧେଶ୍ୟରେ କେନ୍ଦ୍ର ସରକାର  ଆରମ୍ଭ ହୋଇଥିଲା ମନରେଗା ଯୋଜନା । ପ୍ରତ୍ୟେକ ପରିବାରକୁ ୧୦୦ ରୁ ୧୫୦ ଦିନ କାର୍ଯ୍ୟ ଯୋଗାଇଦେବା ପାଇଁ ଏକ ଆଇନ୍ ରେ ପରିଣତ କରାଯାଇଛି । କିନ୍ତୁ ଓଲଟା କଥା ଦେଖିବାକୁ ମିଳୁଛି । ଜବ୍ କାର୍ଡ ମାଧ୍ୟମରେ ଶ୍ରମିକ ନାମରେ କାମ ହେଲେ ମେସିନ୍ ମାଲିକ ନେଉଛି ପଇସା । ଏହିଭଳି ଚାଲିବା ଯୋଗୁଁ ଏବେବି ଦାଦନ ଶ୍ରମିକ ଚାଲାଣ ବନ୍ଦ ହେବାର ନା ଧରୁନି । ବେଳେ ବେଳେ ଦାଦନ ଖଟିବାକୁ ଯାଇ ଶ୍ରମିକମାନେ ଘରକୁ ଫେରୁନାହାନ୍ତି । ଅନେକ ସମୟରେ ଦାଦନ ଶ୍ରମିକମାନଙ୍କୁ ନିର୍ଯ୍ୟାତନା ଦେଇ ଜୀବନରେ ମାରିଦେଇଥିବାର ଅଭିଯୋଗ ହୁଏ । ସେହିଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାରେ । ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଜାମୁଗଣ୍ଡ ଗ୍ରାମର  ସୁକାନ୍ତି ନାୟକ ଓ ଶ୍ରୀମତୀ ନାୟକ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିବା ତ୍ରିନାଥ ନାୟକଙ୍କୁ ଠିକାଦାର ଜୀବନରେ ମାରିଦେଇଥିବା ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଜାମୁଗଣ୍ଡ ଗ୍ରାମର ତ୍ରିନାଥ ନାୟକଙ୍କୁ ବାଣପୁର ଥାନା କିଆଗୋରଡା ଗ୍ରାମର ନନ୍ଦିଆ ବେହେରା ମାସକୁ ୧୦ ହଜାର ଟଙ୍କା ଦେବାର ଲୋଭ ଦେଖାଇ ଚେନ୍ନାଇରେ ଦାଦନ ଖଟିବା ପାଇଁ ଗତ ଅଗଷ୍ଟ ୨୩ ତାରିଖ ୨୦୧୯ ମସିହାରେ ଡାକି ନେଇଥିଲେ । ସେହି ଦିନଠାରୁ ତ୍ରିନାଥ ନାୟକ ଘରକୁ ପଇସା ପଠାଉନାହାନ୍ତି କି ଘରକୁ ଫେରୁନାହାନ୍ତି । ତ୍ରିନାଥଙ୍କ ସ୍ତ୍ରୀ ସୁକାନ୍ତି ନାୟକ ଜଣେ ଶ୍ରବଣ ଶକ୍ତିହୀନ ଭିନ୍ନକ୍ଷମ ମହିଳା । ତେଣୁ ତାଙ୍କ ଝିଅ ଶ୍ରୀମତୀ ନାୟକ(୧୯) ଠିକାଦାର ଗ୍ରାମ କିଆଗୋରଡାକୁ ଯାଇ ପଚାରିବାରେ ସେ ଧରାଛୁଆଁ ଦେଉନଥିଲେ । କହୁଥିଲେ ମୁଁ କଣ ତମ ବାପାଙ୍କୁ ପକେଟ୍ ରେ ରଖିଛି ଆଣିକି ଦେଇଦେବି ତେଣୁ ଶ୍ରୀମତୀ କିଛି ଭଦ୍ରଲୋକ ଶଶୀଶେଖର ସ୍ୱାଇଁ, ମୁରଲୀ ନାୟକ , ପାଣ୍ଡବ ନାୟକ , ରାଉଳ ନାୟକ, ଓ ଧ୍ରୁବ ନାୟକଙ୍କୁ ନେଇ କିଆଗୋରଡା ଗ୍ରାମ ନନ୍ଦିଆ ବେହେରାଙ୍କ ନିକଟରେ ପହଁଚିଲେ । ନନ୍ଦିଆ ବେହେରା ଭଦ୍ରଲୋକମାନଙ୍କଠାରୁ ତ୍ରିନାଥ ବେହେରାର ଫଟୋ, ଆଧାର କାର୍ଡର କପି ନେଇ ୭ଦିନ ମଧ୍ୟରେ ତ୍ରିନାଥକୁ ଫେରାଇ ଆଣିବେ ବୋଲି କହିଥିଲେ ।

ତେଣୁ ୨ ସପ୍ତାହ ଯିବାପରେ ମଧ୍ୟ ନନ୍ଦିଆ ବେହେରା ଫେରାର ହୋଇଯାଇଥିବାରୁ ତ୍ରିନାଥ ନାୟକଙ୍କୁ ନିର୍ଯ୍ୟାତନା ଦେଇ ଜୀବନରେ ମାରିଦେଇଥିବା ଚାନ୍ଦପୁର ଥାନାରେ ଗତ ଫେବୃୟାରୀ ୨୮ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି ତ୍ରିନାଥ ନାୟକଙ୍କ ଝିଅ ଶ୍ରୀମତୀ ନାୟକ ଓ ସ୍ତ୍ରୀ ସୁକାନ୍ତି ନାୟକ । ପୋଲିସ୍ ଏତଲା ପାଇ ଏକ ଷ୍ଟେସନ୍ ଡାଏରୀ ଋଜୁ କରି ଚୁପ୍ ବସିଥିବା ଅଭିଯୋଗ ହେଉଛି । ଏମ୍ପର୍କେ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକଙ୍କ ସହ ଯୋଗାଯୋଗ  କରିବାରେ କୁହନ୍ତି ଆମ୍ଭେ ଆଉ କିଛି କରିପାରିବୁ ନାହିଁ ଏହା ଯେହେତୁ ଶ୍ରମିକ ଚାଲାଣ ଘଟଣା । ତେଣୁ ଅଭିଯୋଗକାରିଣୀ ଶ୍ରମ ଅଦାଲତକୁ ଯାଆନ୍ତୁ । କିନ୍ତୁ ଘଟଣାଟି ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଏକ ଆଦିବାସୀ ବହୁଳ ଅପହଂଚ ଇଲାକାରେ ଆଲୋଡନ ସୃଷ୍ଟି କରିଛି । ତ୍ରିାନଥ ନାୟକଙ୍କ ଫେରିବା ବାଟକୁ ଚାହିଁ ନ ଫେରିବାରୁ ହତ୍ୟା ସନ୍ଦେହରେ ଝିଅ ଶ୍ରୀମତୀ ଓ ମା ସୁକାନ୍ତି ଭାଙ୍ଗି ପଡିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.