Home Coronavirus Outbreak ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କରୋନା ପଜେଟିଭ୍ ଚିହ୍ନଟ

ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କରୋନା ପଜେଟିଭ୍ ଚିହ୍ନଟ

68

ଭୁବନେଶ୍ୱର: ବିଜେପି ନେତ୍ରୀ ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ଲକ୍ଷଣ ଅନୁଭୂତ ହେବା ପରେ ସେ କୋଭିଡ୍ ଟେଷ୍ଟ କରାଇବାରେ ରିପୋର୍ଟ ପଜେଟିଭ୍ ଆସିଛି। ସେ ଏବେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। କିଛିଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଭାତୀ ପରିଡ଼ା ସୋସିଆଲ୍ ମିଡିଆ ମାଧ୍ୟମରେ ଏ’ ନେଇ ସୂଚନା ଦେଇ ଲେଖିଛନ୍ତି, “ସାମାନ୍ୟ କରୋନା ଲକ୍ଷଣ ଦେଖାଯିବାରୁ ଟେଷ୍ଟ କରାଇଥିଲି। ରିପୋର୍ଟ କୋଭିଡ୍ ପଜେଟିଭ୍ ଆସିଛି। ମୁଁ ଭଲ ଅଛି ଓ ସୁସ୍ଥ ଅଛି। ଡାକ୍ତରଙ୍କ ଉପଦେଶ ନେଇ ଘରେ ଚିକିତ୍ସାଧୀନ ଅଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିବେ ନିଜର ଟେଷ୍ଟ କରାଇନେବାକୁ ଅନୁରୋଧ କରୁଛି।” ରାଜ୍ୟବ୍ୟାପୀ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀମାନେ ପ୍ରଭାତୀ ପରିଡ଼ାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। -@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.