Home Coronavirus Outbreak ରଘୁନାଥ ମହାପାତ୍ରଙ୍କ ପରେ ତାଙ୍କ ପୁତ୍ର ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

ରଘୁନାଥ ମହାପାତ୍ରଙ୍କ ପରେ ତାଙ୍କ ପୁତ୍ର ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

98

ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) : ରଘୁନାଥ ମହାପାତ୍ରଙ୍କ ପୁତ୍ର ପ୍ରଶାନ୍ତଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ପୂର୍ବତନ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କର ଗତ ୯ ତାରିଖରେ ପରଲୋକ ହୋଇଥିଲା ଆଜି ତାଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ ହୋଇଛି। ଓଡ଼ିଆ ରଞ୍ଜି ଖେଳାଳି ଥିଲେ ପ୍ରଶାନ୍ତ ମହାପାତ୍ର। ବୁଧବାର ସକାଳେ ପ୍ରଶାନ୍ତ ଦେହାନ୍ତ ହୋଇଛି । ସେ ବିସିସିଆଇ ରେଫେରୀ ଟିମ୍‌ର ମଧ୍ୟ ସଦସ୍ୟ ଥିଲେ।

ଆଜି ଦେଉଛି ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଏକାଦଶାହ। ସେ କୋଭିଡରେ ପରଲୋକ ଗମନ କରିଥିଲେ। କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ପ୍ରଶାନ୍ତ। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ପରଲୋକ ହୋଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.