Home ଓଡ଼ିଶା ଧର୍ମେନ୍ଦ୍ରଙ୍କୁ ପ୍ରଶଂସା; ବିଜେପି, ମୋଦି ଏବଂ ଶାହାଙ୍କୁ ହା ଥୁ ..

ଧର୍ମେନ୍ଦ୍ରଙ୍କୁ ପ୍ରଶଂସା; ବିଜେପି, ମୋଦି ଏବଂ ଶାହାଙ୍କୁ ହା ଥୁ ..

843

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ଏଣେ କିନ୍ତୁ ବିଜେପି, ମୋଦି ଏବଂ ଶାହାଙ୍କୁ ତୀବ୍ର ସମାଲୋଚନା କରିବା ସହ ତୁ, ତା’ କରି କଥା କଥାକେ ହା, ଥୁ କରି ଛେପ ପକାଉଛନ୍ତି। ଏପରିକି ଏବେ ଧର୍ମେନ୍ଦ୍ର ପ୍ରଧାନ କରନା ପଜେଟିଭରୁ ଶୀଘ୍ର ସୁସ୍ଥ ହେବେ ବୋଲି କାମନା କରିବା ସହ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଶାହାଙ୍କ ପଛରେ ଗୋଡ଼ାଇ ଧର୍ମେନ୍ଦ୍ରଙ୍କୁ କରୋନା ହୋଇଗଲା ବୋଲି କହୁଛନ୍ତି ସୁର। ଏଣେ ରାଫେଲ ଯୁଦ୍ଧ ବିମାନ ଆଣିବାରେ ମୋଦିଙ୍କର କୌଣସି ଭୂମିକା ନାହିଁ ସବୁ କଂଗ୍ରେସ ଅମଳରେ ହୋଇଛି କହି ମୋଦିଙ୍କ ପ୍ରତ୍ୟେକ ପଦକ୍ଷେପକୁ ନିନ୍ଦା କରୁଥିବା ବେଳେ, ତେଲ ମାରୁନି ବୋଲି ନିଜକୁ ନିଜେ କହି ତେଣେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ତେଲ ମାରି ତେଲରେ ପୂରା ଗାଧୋଇ ଦେଇ ପ୍ରଶଂସାରେ ପୋତି ପକାଉଛନ୍ତି। ତେବେ ବିଜେପି, ମୋଦି ଏବଂ ଶାହାଙ୍କୁ ସମାଲୋଚନା କରି ଏଣେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଉଥିବା ସୁର ରାଉତରାୟଙ୍କୁ ଅନେକ କଟାକ୍ଷ କରି ତାଙ୍କର ମତିଭ୍ରମ ଘଟିଛି ବୋଲି କହୁଥିବା ବେଳେ, ଓଡ଼ିଶା ବିଜେପିର ସେପରି କୌଣସି ନେତାନେତ୍ରୀ ସୁର ରାଉତରାୟଙ୍କୁ କାଉଣ୍ଟର କରିବାର ଦେଖାନଯିବା ଆଶ୍ଚର୍ଯ୍ୟ ପ୍ରକଟ କରୁଛି। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.