ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ୍ (CAA) ଏବଂ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC) ବିରୁଦ୍ଧରେ ଦିଲ୍ଲୀର ମୌଜପୁରରେ ଚାଲୁଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ପଥରମାଡ଼ରେ ଆହତ ହୋଇଥିବା ଜଣେ ପୋଲିସକର୍ମୀଙ୍କର ମୃତ୍ୟୁ ହୋଇଯାଇଛି।
ମୃତକ ପୋଲିସକର୍ମୀ ହେଉଛନ୍ତି ହେଡ କନେଷ୍ଟବଳ ରତନ ଲାଲ। ଶାହଦରାର ଡିସିପି ଅମିତ ଶର୍ମା ମଧ୍ୟ ଆହତ ହୋଇଥିବାର ଖବର ମିଳିଛି। ଏହା ପୂର୍ବରୁ ପ୍ରଦର୍ଶନକାରୀମାନେ ୧୦ଟି ବାହାନରେ ନିଆଁ ଲଗେଇଦେଇଥିଲେ। ହିଂସାକୁ ନଜରରେ ରଖି ଦିଲ୍ଲୀ ଏବଂ ଆଖପାଖରେ ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି।