Home ଆନ୍ତର୍ଜାତୀୟ ଲସ ଆଞ୍ଜେଲ୍ସରେ ଦୋକାନ ଭିତରେ ଭାରତୀୟଙ୍କୁ ଗୁଳି କରି ହତ୍ୟା: ଶବ, ଭାରତ ପଠାଇବାକୁ ଟଙ୍କା...

ଲସ ଆଞ୍ଜେଲ୍ସରେ ଦୋକାନ ଭିତରେ ଭାରତୀୟଙ୍କୁ ଗୁଳି କରି ହତ୍ୟା: ଶବ, ଭାରତ ପଠାଇବାକୁ ଟଙ୍କା ନାହିଁ

347

ୱାସିଙ୍ଗଟନ ୨୪-୨ (ଓଡ଼ିଆ ପୁଅ) ଆମେରିକାର ଲସ ଆଞ୍ଜେଲ୍ସ (Los Angeles) ସ୍ଥିତ ଏକ ଦୋକାନରେ ଭାରତୀୟ ନାଗରିକଙ୍କର ହତ୍ୟା କରାଯାଇଛି। ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଁଚିଛି। ପୋଲିସ୍ ମୁତାବକ ହତ୍ୟା କରି ହତ୍ୟାକାରୀମାନେ ଫରାର ହୋଇଯାଇଛନ୍ତି। ଏହି ଘଟଣାରେ ଷ୍ଟୋର ଭିତରେ ଉପସ୍ଥିତ ଦୁଇ ଅନ୍ୟ ଲୋକ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ମାମଲାର ଜାଞ୍ଚ କରୁଛି।

ସୂଚନା ମୁତାବକ, ଲସ ଆଞ୍ଜେଲ୍ସରେ ରବିବାର ସଂଧ୍ୟାରେ ଏକ ଷ୍ଟୋରରୁ ଚୋରୀ କରିବା ଉଦ୍ଦେଶ୍ୟରେ ପଶିଥିବା କିଛି ଦୁର୍ବୃତ୍ତ ଭାରତୀୟ ନାଗରିକ ମନିନ୍ଦର ସିଂହ ସାହୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସାହୀ ହରିୟାଣାର କରନାଲର ନିବାସୀ ଏବଂ ଆମେରିକା ଛଅ ମାସ ପୂର୍ବରୁ ଆସିଥିଲେ। ମନିନ୍ଦର ସିଂହ କାଲିଫର୍ଣ୍ଣିଆର ଲସ ଆଞ୍ଜେଲ୍ସ କାଉଂଟୀର ବିଟ୍ଟେୟର ସିଟି ସ୍ଥିତ ୭-ଇଲେଭେନ ଗ୍ରୋସରୀ ଷ୍ଟୋରରେ କାମ କରୁଥିଲେ।

ଆମେରିକାରେ ତାଙ୍କର ସମ୍ପର୍କୀୟ କହିଛନ୍ତିଯେ, ତାଙ୍କ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ସାହୀ। ସେ ପତ୍ନୀ ଏବଂ ପିଲାମାନଙ୍କ ପାଇଁ ଘରକୁ ଟଙ୍କା ପଠାଉଥିଲେ। ବିଟ୍ଟେୟର ପୋଲିସ ବିଭାଗ ମୁତାବକ, ଏହି ଘଟଣା ଶନିବାରଦିନ ସକାଳ ପାଞ୍ଚଟା ୪୩ ମିନଟରେ ହୋଇଥିଲା। ପ୍ରାରମ୍ଭିକ ଜାଞ୍ଚରେ ଏମିତି ପ୍ରତୀତ ହେଉଛିଯେ ସଂଦିଗ୍ଧ ଚୋରୀ କରିବା ଉଦ୍ଦେଶ୍ୟରେ ହତିଆର ସହିତ ଦୋକାନରେ ପ୍ରବେଶ କରିଥିଲେ।

ଭାରତ ପଠାଇବା ପାଇଁ ଫଣ୍ଡ ଏକାଠି କରୁଛି ଭାଇ
ସାହୀର ଭାଇ ପଇସା ଏକାଠି କରିବା ପାଇଁ ‘ଗୋ-ଫଣ୍ଡ ପେଜ’ ବନାଇଛି ଯାହାଫଳରେ ମୃତକର ଶବକୁ ସ୍ବଦେଶ ପଠାଯାଇପାରିବ। ତା’ ଭାଇ ଗୋ-ଫଣ୍ଡ ମି ପେଜରେ ରବିବାରଦିନ ଲେଖିଛି, ତା’ ପରିବାରରେ ମାତା-ପିତା, ପତ୍ନୀ ତଥା ପାଞ୍ଚ ଏବଂ ନଅ ବର୍ଷର ଦୁଇଜଣ ଛୋଟ ସନ୍ତାନ ଅଛନ୍ତି। ମୁଁ ତାଙ୍କର ଶବ ସ୍ୱଦେଶ ପଠାଇବା ପାଇଁ ସହାୟତା ମାଗୁଛି ଯାହାଫଳରେ ତା’ର ପତ୍ନୀ ଏବଂ ପିଲାମାନେ ଅନ୍ତିମ ଥର ପାଇଁ ତାଙ୍କୁ ଦେଖିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.