Home Top News ୨୮ରୁ ଚାଲିବ ଚାଳକ ବିହୀନ ଟ୍ରେନ୍

୨୮ରୁ ଚାଲିବ ଚାଳକ ବିହୀନ ଟ୍ରେନ୍

112

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୨୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ) ଭାରତର ପ୍ରଥମ ଚାଳକ ବିହୀନ ରେଳ ସେବାର ଉଦଘାଟନ କରିବେ। ଏହା ସହିତ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ ମୋବିଲିଟି କାର୍ଡ ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସୁବିଧାଜନକ ଯାତ୍ରା ଏବଂ ପରିବର୍ଦ୍ଧିତ ପରିବହନ ସେବା କ୍ଷେତ୍ରରେ ଏହି ନୂତନ ପ୍ରୟାସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ଚାଳକ ବିହୀନ ରେଳ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଏହା ମାନବୀୟ ତ୍ରୁଟିର ସମ୍ଭାବନାକୁ ସମ୍ପୂର୍ଣ୍ଣ ଦୂର କରିବ। ମାଜେଣ୍ଟା ଲାଇନରେ ଚାଳକ ବିହୀନ ମେଟ୍ରୋ ଚଳାଚଳ କରିବା ପରେ ୨୦୨୧ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ ଲାଇନରେ ମଧ୍ୟ ଚାଳକ ବିହୀନ ଟ୍ରେନ ଚଳାଚଳ କରିବ। ବିମାନ ବନ୍ଦର ଏକ୍ସପ୍ରେସ ଲାଇନରେ ନ୍ୟାସନାଲ କମନ ମୋବିଲିଟି କାର୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହା ଦେଶର ଯେ କୌଣସି ସ୍ଥାନରୁ ଜାରି କରାଯାଇଥିବା ରୂପେ କାର୍ଡଧାରୀ ମାନଙ୍କୁ ବିମାନ ବନ୍ଦର ଏକ୍ସପ୍ରେସ ଲାଇନରେ ଉକ୍ତ କାର୍ଡକୁ ଉପଯୋଗ କରି ଯାତ୍ରା କରିବା ନିମନ୍ତେ ସୁବିଧା ପ୍ରଦାନ କରିବ। ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ଦିଲ୍ଲୀ ମେଟ୍ରୋ ନେଟୱର୍କରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.